Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିସିସିଆଇ ସଚିବ ଜୟ ଶାହା ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

30/01/2021 at 9:15 PM

ନୂଆଦିଲ୍ଲୀ ୩୦/୦୧ : ଏସିଆନ୍ କ୍ରିକେଟ କାଉନସିଲରେ ଏବେ ଭାରତର ଦବଦବା ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏସିଆନ୍ କ୍ରିକେଟ କାଉନସିଲର (ଏସିସି) ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନଜମୁଲ ହାସନଙ୍କ ସ୍ଥାନରେ ଜୟ ଶାହା ହୋଇଛନ୍ତି ଏସିସିର ଅଧ୍ୟକ୍ଷ ।

ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହାଙ୍କୁ ଶନିବାର ସର୍ବସମ୍ମତି କ୍ରମେ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଟ୍ବିଟ୍ କରି ଧୁମଲ ଲେଖିଛନ୍ତି, ‘ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜୟ ଶାହାଙ୍କୁ ଅଭିନନ୍ଦନ । ଏସିସି ଆପଣଙ୍କ ନେତୃତ୍ବରେ ଆଗକୁ ଯିବ ବୋଲି ଆଶା ଏବଂ ସମଗ୍ର ଏସିଆ ମହାଦେଶରେ ବିଭିନ୍ନ ଦେଶର କ୍ରିକେଟରମାନଙ୍କୁ ଏହା ଦ୍ବାରା ଲାଭ ମିଳିପାରିବ’ ।

ଏସିଆ କପ୍ ଟୁର୍ନାମେଣ୍ଟ ଆୟୋଜନ କରିବାର ସମ୍ପୂର୍ଣ୍ଣ ଦାୟିତ୍ବ ଏସିସି ପାଖରେ ହିଁ ରହିଥାଏ । କୋଭିଡ -୧୯ ମହାମାରୀ ହେତୁ ୨୦୨୦ ରେ ଏସିଆ କପ୍ ଚଳିତ ବର୍ଷ ଜୁନ୍ କୁ ଘୁଞ୍ଚାଇ ଦିଆଯାଇଥିଲା । ପ୍ରଥମେ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଏହା ଶ୍ରୀଲଙ୍କା କିମ୍ବା ବାଂଲାଦେଶରେ ଅନୁଷ୍ଠିତ ହୋଇପାରେ ।

   Related Posts