Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟି-୨୦ ବିଶ୍ଵ କପ୍‌ ଉପରେ କରୋନାର କଳାବାଦଲ, ସ୍ଥିତି ନସୁଧୁରିଲେ ଭାରତରୁ ହେବ ସ୍ଥାନାନ୍ତର, ଏହି ଦେଶରେ ହେବ ଆୟୋଜନ

30/04/2021 at 7:19 PM

ନୂଆଦିଲ୍ଲୀ ୩୦।୦୪: ଦେଶରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏବେ କରୋନାର ଛାଇ ଚଳିତ ବର୍ଷ ଶେଷ ଆଡକୁ ଖେଳାଯିବାକୁ ଥିବା ଟି-୨୦ ଉପରେ ପଡିବାର ଆଶଙ୍କା ଦେଖା ଦେଇଛି। ସ୍ଥିତିରେ ସୁଧାର ନଆସିଲେ ଟି-୨୦ ବିଶ୍ଵ କପ୍ ୟୁଏଇ ସ୍ଥାନାନ୍ତର ହୋଇପାରେ। ବିସିସିଆଇ ଶୁକ୍ରବାର ଏହାର ସୂଚନା ଦେଇଛି। ମାତ୍ର ଯେଉଁଭଳି କରୋନା ମାମଲା ବଢି ଚାଲିଛି, ସେଥିରେ ଭାରତରେ ବିଶ୍ଵ କପ୍ ଆୟୋଜନ ସମ୍ଭାବନା ଖୁବ୍ କମ ରହିଛି।

ବିସିସିଆଇର ମହା ପ୍ରବନ୍ଧକ ଧୀରଜ ମାଲହୋତ୍ରା ବିବିସିକୁ ଦେଇଥିବା ସାକ୍ଷାତକାରେ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ବୋର୍ଡ ଏବେ ମଧ୍ୟ ଦେଶରେ ବିଶ୍ଵ କପ୍ ଆୟୋଜନ ଆଶା ଛାଡି ନାହିଁ। ମୋତେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏଥିପାଇଁ ମୋର ପ୍ରଥମ ପ୍ରାଥମିକତା ଦେଶରେ କେମିତି ବିଶ୍ଵ କପ୍‌ ଆୟୋଜନ ହେବ। କିନ୍ତୁ ଆମକୁ ସ୍ଥିତି ଉପରେ ଦୃଷ୍ଟି ଦେବାକୁ ପଡିବ। କରୋନା ମାମଲା ଏବଂ ବିଶ୍ଵ କପ୍‌ ଆୟୋଜନ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ବିସିସିଆଇ) ସହ ଆଲୋଚନା ଜାରି ରହିଛି।

ସେ କହିଛନ୍ତି, ବ୍ୟାକ୍ ଅପ ଭେନ୍ୟୁ ଭାବେ ୟୁଏଇକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି। ତେବେ ଅନ୍ତିମ ନିର୍ଣ୍ଣୟ ବିସିସିଆଇ ହିଁ ନେବ। ସୂଚନାଯୋଗ୍ୟ, ଗତ ବର୍ଷ କରୋନା କାରଣରୁ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆୟୋଜନ ୟୁଏଇରେ କରିଥିଲା। ଗତ ବର୍ଷ ବିସିସିଆଇ ଏମିରାଟ୍ସ କ୍ରିକେଟ୍ ବୋର୍ଡ ସହ(ଇସିବି)ସହ କୌଣସି ପ୍ରକାରର ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଚୁକ୍ତି କରିଥିଲା। ଏମିତିରେ ୟୁଏଇରେ ଟି-୨୦ ବିଶ୍ଵ କପ୍‌ ଆୟୋଜନରେ କୌଣସି ସମସ୍ୟା ନାହିଁ। କିନ୍ତୁ ଇସିବି ୟୁଏଇରେ ଟି-୨୦ ବିଶ୍ଵ କପ୍‌ ପ୍ରସ୍ତୁତିକୁ ନେଇ କୌଣସି ସୂଚନା ଦେଇ ନାହିଁ।

   Related Posts