ଖେଳ ବନ୍ଦ ପରେ ଅଫିସ ବି ବନ୍ଦ, ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ କହିଲା ବିସିସିଆଇ
17/03/2020 at 12:59 PM

ମୁମ୍ବାଇ, ୧୭|୦୩: ବିଶ୍ୱରେ କରୋନା ଗୋଟିଏ ପରେ ଗୋଟିଏ ୭୦୦୦ଜଣଙ୍କ ଜୀବନ ନେଇ ସାରିଲାଣି। ୨ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ବଡବଡ ଟୁର୍ଣ୍ଣାମେଣ୍ଟ ମଧ୍ୟ ରବ୍ଦ କରିବାକୁ ପଡିଛି।

ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ କରୋନା ଭାଇରସର ବଢୁଥିବା ପ୍ରକୋପକୁ ନଜରରେ ରଖି ମଙ୍ଗଳବାର ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। କରୋନା ପାଇଁ ଆଇପିଏଲ, ସ୍କୁଲ, କଲେଜ, ମଲ, ଥିଏଟର ସବୁ ବନ୍ଦ ରହିଛି। ସ୍ୱାସ୍ଥ୍ୟ ବିଭାଗର ନୂଆ ଆଦେଶ ପରେ ଜିମକୁ ମଧ୍ୟ ବନ୍ଦ କରାଯାଇଛି।

ବିଶ୍ୱ ସଙ୍ଗଠନ ଦ୍ୱାରା କରୋନା ମହାମାରୀ ଘୋଷିତ ହେବା ପରେ ବିସିସିଆଇ ମୁମ୍ବାଇ ମୁଖ୍ୟାଳୟର ଭିଡକୁ ଦୂର କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛି।
ବିସିସିଆଇର ଜଣେ କର୍ମଚାରୀ କହିଛନ୍ତି ଯେ, ମୁମ୍ବାଇ ସହରରେ ଟ୍ରେନ, ପରିବହନ ଭଳି ଅତ୍ୟାବଶ୍ୟକୀୟ ସେବା ବନ୍ଦ ରହିଛି। ଏହାକୁ ଦେଖି ବୋର୍ଡ ଘରେ ରହି ସମସ୍ତଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଭବିଷ୍ୟତରେ ସ୍ଥିତି ସୁଧୁରିବା ପରେ ହିଁ ନୂଆ ଆଦେଶ ଜାରି କରାଯିବ ବୋଲି ସେ କହିଛନ୍ତି।