‘ରୋହିତଙ୍କ ପିତା ଅସୁସ୍ଥ ଥିଲେ, ତେଣୁ ସେ ମୁମ୍ବାଇ ଚାଲି ଆସିଲେ’, ବିସିସିଆଇ ଦେଲା ସଫେଇ
27/11/2020 at 8:58 AM

ନୂଆଦିଲ୍ଲୀ,୨୭|୧୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ହିଟମ୍ୟାନ୍ ରୋହିତ ଶର୍ମା ଏବେ ଫିଟନେସ୍ ଟେଷ୍ଟ୍ ଦେଉଛନ୍ତି । ସେ କେତେ ଫିଟ୍ ତାହା ଡିସେମ୍ବର ୧୧ରେ ଜଣାପଡିବ । ଏହାପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ନା ନାହିଁ ତାହା ସ୍ପଷ୍ଟ ହେବ ।
ବିସିସିଆଇ କହିଛି ଯେ, ରୋହିତ ଏବେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ୍ ଆକାଡେମୀରେ ଅଛନ୍ତି । ସେଠାରେ ସେ ଅଭ୍ୟାସ କରୁଛନ୍ତି । ଯଦି ସେ ଫିଟ୍ ଘୋଷିତ ହୁଅନ୍ତି ତାହାଲେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଖେଳିବେ ।
ବିସିସିଆଇ ଆହୁରି କହିଛି ଯେ, ଆଇପିଏଲ ପରେ ରୋହିତ ନିଜର ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ତାଙ୍କ ପିତା ସୁସ୍ଥ ହେଉଛନ୍ତି । ମୁମ୍ବାଇରୁ ସେ ବେଙ୍ଗାଲୁରୁ ଯାଇଥିଲେ ।
NEWS – T Natarajan added to India’s ODI squad
— BCCI (@BCCI) November 26, 2020
The All-India Senior Selection Committee has added T Natarajan to India’s squad for three-match ODI series against Australia starting Friday.
Updates on Rohit Sharma and Ishant Sharma's fitness here – https://t.co/GIX8jgnHvI pic.twitter.com/VuDlKIpRcL
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗୁରୁବାର କହିଥିଲେ ଯେ, ରୋହିତଙ୍କ ଆହତ ସମସ୍ୟାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ତାଙ୍କ ପାଖରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ହିଟମ୍ୟାନ୍ ଅନ୍ୟ ଖେଳାଳିଙ୍କ ସହ କଣ ପାଇଁ ଅଷ୍ଟ୍ରେଲିଆ ଗସ୍ତ କଲେ ନାହିଁ ତାହା ସେ ଜାଣନ୍ତି ନାହିଁ । ବିରାଟଙ୍କ ପ୍ରତିକ୍ରିୟା ପରେ ବିସିସିଆଇ ରୋହିତଙ୍କ ବାବଦରେ ଅପଡେଟ୍ ଦେଇଥିଲା ।
ଏତତ୍ ବ୍ୟତୀତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆଇପିଏଲ ୨୦୨୦ରେ ମାଂସପେଶୀ ସମସ୍ୟାର ଶିକାର ହୋଇଥିଲେ । ଏବେବି ସେ ଫିଟ୍ ହୋଇନାହାଁନ୍ତି । ସେ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ୍ ପଡି ସାରିଛନ୍ତି ।