Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟକୁ ଖାରଜ କଲା ବିସିସିଆଇ, କହିଲା- ‘କୌଣସି ଖେଳାଳି ନିୟମ ଭାଙ୍ଗି ନାହାଁନ୍ତି’

3/01/2021 at 8:26 AM

ମେଲବର୍ଣ୍ଣ,୦୩/୦୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ଅଷ୍ଟ୍ରେଲିଆର ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି । ବିଭିନ୍ନ ରିପୋର୍ଟରେ ଭାରତୀୟ ଦଳର କିଛି ଖେଳାଳି ପ୍ରୋଟୋକଲ ଭାଙ୍ଗି ରେଷ୍ଟୁରାଣ୍ଟରେ ଲଞ୍ଚ୍ କରିଥିବା ପ୍ରକାଶିତ ହୋଇଥିଲା । ଖେଳାଳି କୌଣସି ନିୟମ ଭାଙ୍ଗି ନଥିବା ଟିମ୍ ମ୍ୟାନେଜମେଣ୍ଟ୍ ସ୍ପଷ୍ଟ କରିଛି ।

ବିସିସିଆଇ କହିଛି ଯେ, ଅଷ୍ଟ୍ରେଲିଆର ବିଭିନ୍ନ ମିଡିଆର ଏହା ଦୁର୍ଭାବନାପୂର୍ଣ୍ଣ ପ୍ରୟାସ । ଭାରତୀୟ ଖେଳାଳି କୋଭିଡ୍ ନିୟମ ବାବଦରେ ଅବଗତ ଅଛନ୍ତି । ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନବଲଦୀପ ସିଂ ନାମକ ଜଣେ ଫ୍ୟାନ୍ ଭାରତୀୟ ଭାରତୀୟ କ୍ରିକେଟର ରୋହିତ ଶର୍ମା, ଋଷଭ ପନ୍ତ, ନବଦୀପ ସୈନୀ, ଶୁଭମନ ଗିଲ୍ ରେଷ୍ଟୁରାଣ୍ଟରେ ଲଞ୍ଚ୍ କରୁଥିବା ଭିଡିଓ ଟ୍ୱିଟ୍ କରିଥିଲେ ।

ରେଷ୍ଟୁରାଣ୍ଟରେ ଖେଳାଳିମାନେ ପାଖାପାଖି ବସିଥିଲେ । ପରେ କିନ୍ତୁ ଭ୍ରମ ସୃଷ୍ଟି କରିଥିବାରୁ ନବଲଦୀପ କ୍ଷମା ମାଗିଥିଲେ ।

ସୂଚନାଯୋଗ୍ୟ, ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସଦସ୍ୟଙ୍କୁ ବାହାରେ ବୁଲିବା ପାଇଁ ଅନୁମତି ଥିଲେ ବି କିଛି ଖାଇବା ଓ ରେଷ୍ଟୁରାଣ୍ଟରେ ବସିବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଭାରତୀୟ ଖେଳାଳି ରେଷ୍ଟୁରାଣ୍ଟ ଭିତରେ ବସି ଭୋଜନ କରୁଥିଲେ ।

   Related Posts