ଆଜି ହିଁ ହିଟମ୍ୟାନ୍ ଖେଳିଥିଲେ ୨୬୪ ରନର ଇନିଂସ : ଏମିତି ଭାବେ ମନେ ପକାଇଲା ବିସିସିଆଇ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧ : ଭାରତୀୟ ଟିମର ମହାନ କ୍ରିକେଟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୨୦୧୪ ନଭେମ୍ବର ୧୩ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ । କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଳଙ୍କା ବିପକ୍ଷରେ ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ରୋହିତ ଶର୍ମା । ତେବେ       କ୍ରିକେଟ ପ୍ରେମୀଙ୍କ ମନରେ ଏହି ସ୍ମୃତି ପୁଣି ଥରେ ତାଜା ହୋଇଛି । ବିସିସିଆଇ ମଧ୍ୟ ଏଥିରୁ ବାଦ ପଡିନାହିଁ । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛି ବିସିସିଆଇ ।

wp:html /wp:html

 ରୋହିତଙ୍କ ଏହି ଐତିହାସିକ ବିସ୍ଫୋରକ ଇନିଂସର ଭିଡିଓ ସେୟାର କରିଛି ବିସିସିଆଇ ଲେଖିଛି ୨୦୧୪ ଆଜିର ଦିନରେ ରୋହିତ ଶର୍ମା ୨୬୪ ରନ କରି ଇତିହାସ ରଚିଥିଲେ । ଏହି ବିସ୍ଫୋରକ ଇନିଂସରେ ସେ ମୋଟ ୩୩ ଚୌକା ଏବଂ ୯ ଛକା ମାରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମାତ୍ର ୧୭୩ ବଲ ଖେଳି ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ଯେଉଁଥିରେ ୩୩ଟି ଚୌକା ଏବଂ ୯ ଛକା ଅର୍ନ୍ତଭୁକ୍ତ ଥିଲା । ରୋହିତ ପ୍ରଥମ ୫୦ରନ ୭୨ ବଲରେ ହାସଲ କରିଥିଲେ । ଏହା ପ​‌ରେ ଗିୟର ବଦଳାଇଥିଲେ ରୋହିତ । ପରବର୍ତ୍ତୀ ୫୦ ରନ ମାତ୍ର ୨୮ ବଲରେ ସଂଗ୍ରହ କରି ଶତକ ହାସଲ କରିଥିଲେ ।  ୧୦୦ ରୁ ୧୫୦ ପହଞ୍ଚିବାକୁ ରୋହିତ ମାତ୍ର ୨୫ଟି ବଲ ଖେଳିଥିଲେ  । ୧୫୧ ବଲ ଖେଳି ୨୦୦ ରନରେ ପହଞ୍ଚି ଯାଇଥିଲେ ରୋହିତ ଶର୍ମା ।

wp:html /wp:html

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟ ରୋହିତଙ୍କର ଏହି ବିସ୍ଫୋରଣ ଇନିଂସକୁ ମନେ ପକାଇଛି । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେପକାଇଛି ଆଇସିସି । ତେବେ ରୋହିତଙ୍କର ଏହି ଦମଦାର ଇନିଂସ ବଳରେ ଭାରତ ୪୦୪ ରନ ସଂଗ୍ରହ କରିନେଇଥିଲା । ଜବାବରେ ଶ୍ରାଳଙ୍କା ମାତ୍ର ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା । ରୋହିତ ଶର୍ମା ଏଯାଏଁ ମୋଟ ୨୨୪ଟି ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି । ଏହା ବାଦ୍ ୧୯ ଶତକ ଏବଂ ୪୩ ଅର୍ଦ୍ଧଶତକ ମଧ୍ୟ ରୋହିତଙ୍କ କ୍ୟାରିୟରର ଶ୍ରେଷ୍ଠ ଉପଲବ୍ଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.