Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

କରୋନା ପ୍ରକୋପ: ଖେଳାଳି, କର୍ମଚାରୀଙ୍କୁ କଣ କରିବା ଉଚିତ୍ ଓ ନକରିବା ଉଚିତ୍, ବିସିସିଆଇ ଜାରି କଲା ଗାଇଡ୍ ଲାଇନ

11/03/2020 at 8:56 PM

ନୂଆଦିଲ୍ଲୀ ୧୧।୦୩ :  ସଂପ୍ରତି ସମଗ୍ର ବିଶ୍ଵରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି। କ୍ରୀଡା ଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। କରୋନାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟର ଏବଂ ସହାୟକ କର୍ମଚାରୀଙ୍କ ଲାଗି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ଭାରତୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳର ଗାଇଡ୍ ଲାଇନ ଜାରି କରିଛି। ବିସିସିଆଇର ଏହି ଗାଇଡ୍ ଲାଇନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ପୂର୍ବରୁ ଜାରି ହୋଇଛି।

ବିସିସିଆଇ ନିଜର ଗାଇଡ୍ ଲାଇନରେ କହିଛି ଯେ, ସମସ୍ତ ଖେଳାଳି, ସହାୟକ, ରାଜ୍ୟ କ୍ରିକେଟ୍ ସଂଘ ସମସ୍ତେ WHO  ଏବଂ ଭାରତୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ଗାଇଡ୍ ଲାଇନର  ପାଳନ କରିବେ। ମାମଲାର ସମୀକ୍ଷା ପରେ ବିସିସିଆଇ ମେଡିକାଲ ଟିମ୍ ସାଂପ୍ରତିକ ସ୍ଥିତିରେ ବ୍ୟକ୍ତି ସ୍ଵଚ୍ଛ ରହିବା ସହ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍ ସେହି ସଂପର୍କିତ ଗାଇଡ୍ ଲାଇନରେ କହିଛି।

କଣ ରହିଛି ଗାଇଡ୍ ଲାଇନରେ

(୧) ହାତକୁ ଅତି କମରେ ୨୦ ସେକେଣ୍ଡ ସାବୁନରେ ଧୋଇବେ।

(୨) ହାତ ପ୍ରକ୍ଷାଳୟର ବ୍ୟବହାର କରିବେ ।

(୩) ଜ୍ଵର, କାଶ କିମ୍ବା କୌଣସି ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ଜଣାଇବେ।

(୪) ହାତକୁ ଭଲ୍ ଭାବେ ନଧୋଇବା ପୂର୍ବରୁ ମୁହଁ, ପାଟି, ନାକ ଏବଂ ଆଖିକୁ ଛୁଇଁବେ ନାହିଁ।

(୫)  ରେଷ୍ଟୁରାଣ୍ଟରେ ଖାଇବା ଦୂରେଇ ରୁହନ୍ତୁ ଯେଉଁଠି ସ୍ଵଚ୍ଛତା ନିମ୍ନମାନର ରହିଛି।

(୬) ପଡିଆ ବାହାରେ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସଂପର୍କ ଏବଂ ଅଜଣା ଲୋକଙ୍କ ନିକଟତର ହେବେ ନାହିଁ। କରମର୍ଦ୍ଦନ ଏବଂ ସେଲଫିରୁ ଦୂରେଇ ରୁହନ୍ତୁ।

ଏହା ସହିତ ବିସିସିଆଇ  ଏୟାରଲାଇନ୍ସ, ଟିମ୍  ହୋଟେଲ, ରାଜ୍ୟ କ୍ରିକେଟ୍ ସଂଘ ଓ ମେଡିକାଲ ଦଳକୁ ସ୍ଵଚ୍ଛତା ସୁନିଶ୍ଚିତ କରିବାକୁ କହିଛି। ସମସ୍ତ କର୍ମଚାରୀଙ୍କୁ ଏହି କରୋନା ସଂପର୍କିତ ଗାଇଡ୍  ଲାଇନ ଅନୁକରଣ କରିବାକୁ କୁହାଯାଇଛି।

ଷ୍ଟାଡିୟମରେ ଥିବା ସମସ୍ତ ସାର୍ବଜନୀନ ଶୌଚାଳୟରେ ହ୍ୟାଣ୍ଡ ଓ୍ଵାସ ଏବଂ ପ୍ରକ୍ଷାଳକ  ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ କୁହାଯାଇଛି। ମେଡିକାଲ ଷ୍ଟାଫଙ୍କୁ ଷ୍ଟାଡିୟମରେ ରୋଗୀଙ୍କ ପ୍ରାଥମିକ ଉପଚାର ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି।

   Related Posts