ବିସିସିଆଇ ଫର୍ମୁଲା : ୨୦୨୧ରେ କ୍ଷତି, ୨୦୨୨ରେ ଦ୍ୱିଗୁଣା ଲାଭ

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ, ୦୬/୦୭:    ଆଇପିଏଲ ୨୦୨୨ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଆସନ୍ତା ସିଜିନରେ ୨ଟି ନୂଆ ଟିମ୍ ଖେଳିପାରନ୍ତି । ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଅତିଶୀଘ୍ର ଆରମ୍ଭ ହେବ ।ତେବେ ଦଳ ବଢିବା ପରେ ଟୁର୍ଣ୍ଣାମେଣ୍ଟର ଫର୍ମାଟ ମଧ୍ୟ ବଦଳିଯିବ । ଚଳିତ ବର୍ଷଆଇପିଏଲକୁ କରୋନା କାରଣରୁ କିଛି ମ୍ୟାଚ୍ ଖେଳାଯିବା ପରେ ସ୍ଥଗିତ ରଖାଯାଇଛି । ୬୦ରୁ ବାକିଥିବା ୩୧ ମ୍ୟାଚ୍ ସେପ୍ଟ୍ମେବର-ଅକ୍ଟୋବରରେ ୟୁଏଇରେ ଖେଳାଯିବ ।

ହିନ୍ଦୁସ୍ଥାନ ଟାଇମ୍ସର ଖବର ଅନୁସାରେ, ୨୦୨୦ରେ ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ ।ପ୍ରତି ଟିମ ୮ଟି ଲେଖାଏଁ ମ୍ୟାଚେ ଖେଳିବେ ଯ ୪ଟି ନଜ ହୋମ୍ ଗ୍ରାଉଣ୍ଡରେ ଓ ଅନ୍ୟ ୪ଟି ମ୍ୟାଚ୍ ବାହାରେ ଖେଳାଯିବ । ଏପରି ଭାବେ ୭୪ଟି ମ୍ୟାଚ୍ ଆୟୋଜନ ହେବ । ଏବେ ୬୦ଟି ମ୍ୟାଚ୍ ଖେଳାଯାଉଛି । ଯଦି ଗ୍ରୁପରେ ବିଭକ୍ତ ନହୋଇ ବର୍ତ୍ତମାନ ଭଳି ମ୍ୟାଚ୍ ହୁଏ ତେବେ ୯୪ଟି ମ୍ୟାଚ୍ ହୋଇଯିବ । ଏଥିପାଇଁ ବୋର୍ଡ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ମଧ୍ୟ ହୋଇନପାରେ ।

ବିସିସିଆଇକୁ ପ୍ରତି ସିଜିନରେ ୧୪ଟି ମ୍ୟାଚ୍ ବଢିବା ଦ୍ୱାରା ୮୦୦ କୋଟିର ଫାଇଦା ହେବ । ଏହାପରେ ଦୁଇଟି ନୂଆ ଟିମ୍ ପ୍ରାୟ ୪୦୦୦ କୋଟି ପ୍ରଦାନ କରିବେ । ଏପରି ଭାବେ ବିସିସିଆଇର ମୋଟ୍ ଆୟ ୫୦୦୦ କୋଟି ହୋଇଯିବ । ଏପରି ଭାବେ ୨୦୨୧ର କ୍ଷତିକୁ ବିସିସିଆଇ ୨୦୨୨ରେ ଭରଣା କରିବାକୁ ଚେଷ୍ଟା କରିବ ।

ସୂଚନାଯୋଗ୍ୟ, ବିସିସିଆଇ ଡିସେମ୍ବରରେ ଆଇପିଏଲର ମେଗା ଅକ୍ସନ ବା ନିଲାମି କରିପାରେ । ଅର୍ଥାତ ଖେଳାଳିଙ୍କ ନିଲାମପ୍ରକ୍ରିୟା କରାଯିବ । ସମସ୍ତ ଟିମ୍ ୪ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏଥିପାଇଁ ମଧ୍ୟ ସର୍ତ୍ତ ରହିଛି । ରିଟେନ୍ ଖେଳାଳିଙ୍କ ମଧ୍ୟରେ ୩ଜଣ ସ୍ୱଦେଶୀ ଓ ଜଣେ ବିଦେଶୀ କିମ୍ବା ୨ ସ୍ୱଦେଶୀ ଓ ୨ ବିଦେଶୀ ଖେଳାଳି ହେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.