Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଆଞ୍ଜିଓପ୍ଲାଷ୍ଟି କରିଥିବା ଡାକ୍ତର କହିଲେ- କ୍ରିଟିକାଲ୍‌ ଥିଲା ବ୍ଲକେଜ୍‌

2/01/2021 at 5:49 PM

କୋଲକାତା ୦୨/୦୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ସେ ହୋସ୍‌ରେ ଅଛନ୍ତି। ଏନେଇ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ କହିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ଦାଦା ସୁସ୍ଥ ଅଛନ୍ତି। ଏନେଇ ସେ ଭଗବାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଶନିବାର ସକାଳେ ନିଜ ଘରେ ଜିମ୍‌ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଗାଙ୍ଗୁଲି। ହୃଦ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କର ସମ୍ପର୍କୀୟ କୋଲକାତା ଉଡଲାଣ୍ଡ ହସ୍ପିଟାଲକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କର ହୃଦୟରେ ଧମନୀ ବ୍ଲକ୍‌ ହୋଇଥିଲା। ଯାହାକୁ ଚିକତ୍ସା ପରେ ଠିକ୍‌ କରାଯାଇଛି। ଏବେ ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ମଧ୍ୟ ଆଇସିସି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ତାଙ୍କ ହାର୍ଟରେ ଦୁଇଟି ବ୍ଲକେଜ୍‌ ଥିଲା। ଏହି ବ୍ଲକେଜ୍‌ କ୍ରିଟିକାଲ ଥିଲା ବୋଲି ହସ୍ପିଟାଲ ସିଇଓ ରୁପାଲୀ ବାସୁ କହିଛନ୍ତି।  କିନ୍ତୁ ଏବେ ସେ ଠିକ୍‌ ଅଛନ୍ତି। ତାଙ୍କର ସ୍ବାସ୍ଥବସ୍ଥା ଉପରେ ୨୪ ଘଣ୍ଟା ନଜର ରଖାଯିବ ବୋଲି ମଧ୍ୟ ଡାକ୍ତର କହିଛନ୍ତି।

   Related Posts