Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବାତିଲ ହେବ ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ! ଏକାଧିକ ସଦସ୍ୟ କୋଭିଡ୍ ଆକ୍ରାନ୍ତ ହେବାପରେ ଆଶଙ୍କାରେ ଶେଷ ଟେଷ୍ଟ, ଏମିତି କହିଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

9/09/2021 at 9:26 PM

ନୂଆଦିଲ୍ଲୀ ୦୯/୦୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ହେବାକୁ ଥିବା ୫ମ ମ୍ୟାଚ୍‌ ଆଶା ଆଶଙ୍କାରେ ରହିଛି । ଭାରତୀୟ ଦଳର ଜଣେ ସହଯୋଗୀ ସଦସ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଶେଷ ଟେଷ୍ଟ ହେବ କି ନାହିଁ ତାହା ଏବେ ସସ୍‌ପେନ୍ସ ମଧ୍ୟରେ ରହିଛି । ପୂର୍ବରୁ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ୩ ଜଣ ସହଯୋଗୀ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ତେବେ ଆଜି ଟିମ ଇଣ୍ଡିଆର ଆସିଷ୍ଟାଣ୍ଟ ଫିଜିଓ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଚିନ୍ତା ବଢିଛି । ଖେଳାଳୀମାନେ ଆଜି ଅଭ୍ୟାସ ମଧ୍ୟ କରିନାହାନ୍ତି ।

ଏହାରି ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଖେଳାଯିବ କି ନାହିଁ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି, ‘ବର୍ତ୍ତମାନ ସମୟରେ ଆମେ ଏହା କହିପାରିବୁ ନାହିଁ କି ମ୍ୟାଚ୍‌ ଖେଳାଯିବ କି ନାହିଁ । ଆଶା କରାଯାଉଛି ମ୍ୟାଚ ହେବ । ମ୍ୟାଚ୍‌ ହେବ କି ନାହିଁ ତାହା ଆଉ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ ।’

ସୂଚନାଯୋଗ୍ୟ, ଚତୁର୍ଥ ଟେଷ୍ଟ ଜାରି ରହିଥିବା ସମୟରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ଆଉ ୩ ଜଣ ସହଯୋଗୀ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ୪ଟି ମ୍ୟାଚ୍ ଖେଳାଯାଇସାରିଛି । ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଏବେ ୫ମ ମ୍ୟାଚ୍‌କୁ ନେଇ ଚିନ୍ତା ବଢିଛି । କାରଣ ଭାରତୀୟ ଦଳର ଆଉ ଜଣେ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପୂର୍ବରୁ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ୩ ଜଣ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବା ବେଳେ ବର୍ତ୍ତମାନ ଦଳର ଭାରତୀୟ ଦଳର ଫିଜିଓ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଭାରିତୀୟ ଦଳର ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ବେଳେ ୫ମ ମ୍ୟାଚ୍‌ ପାଇଁ ହେବାକୁ ଥିବା ଟ୍ରେନିଂ ବନ୍ଦ ରହିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ଟେଷ୍ଟ । ଏହା ପୂର୍ବରୁ ଗୁରୁବାର ଟିମ ଇଣ୍ଡିଆର ଟ୍ରେନିଂ ସେସନ୍‌ ମଧ୍ୟ ରଦ୍ଦ କରିଦିଆଯାଇଛି । ଯୋଗେଶ ପରମାରଙ୍କ ପୂର୍ବରୁ ଦଳର ମୁଖ୍ୟ ଫିଜିଓ ନିତିନ୍‌ ପଟେଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେଣୁ ଭାରତର ଉଭୟ ଫିଜିଓ କରୋନା ସଂକ୍ରମିତ ହୋଇସାରିଥିବାରୁ ଭାରତକୁ ଇଂଲଣ୍ଡ ଫିଜିଓଙ୍କ ସହାୟତା ନେବାକୁ ହେବ ।

ଟିମ ଇଣ୍ଡିଆର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆଗାମୀ ସୂଚନା ଯାଏଁ ନିଜ ନିଜ ହୋଟେଲ ରୁମ୍‌ରେ ରହିବାକୁ କୁହାଯାଇଛି । ବୁଧବାର ସନ୍ଧ୍ୟାରେ କରାଯାଇଥିବା କରୋନା ଟେଷ୍ଟରେ ସହଯୋଗୀ ଫିଜିଓ ଯୋଗେଶ ପରମାର ସଂକ୍ରମିତ ହୋଇଥିବା ଜଣାପଡିଛି ।

ଯୋଗେଶ ପରମାରଙ୍କ ପୂର୍ବରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ, ମୁଖ୍ୟ ଫିଜିଓ ନିତିନ୍‌ ପଟେଲ ଏବଂ ଆର୍‌ ଶ୍ରୀଧର କରୋନା ସଂକ୍ରମିତ ହୋଇସାରିଛନ୍ତି । ଭାରତୀୟ ଦଳର ଏହି ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଦିନ ଯାଏଁ ଆଇସୋଲେସନରେ ରହିବାକୁ ହେବ । ଦି ଓଭାଲ ଟେଷ୍ଟ ବେଳେ ଏମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଟେଷ୍ଟ ସିରିଜ କଥା କହିବାକୁ ଗଲେ, ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଯାଇଥିଲା । ଦ୍ବିତୀୟ ଟେଷ୍ଟରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ ତୃତୀୟ ଟେଷ୍ଟକୁ ଇଂଲଣ୍ଡ ନିଜ କବ୍‌ଜାକୁ ନେଇଥିଲା । ଚତୁର୍ଥ ଟେଷ୍ଟରେ ଭାରତ ଏହାର ବଦ୍‌ଲା ନେବା ସହିତ ଇଂଲଣ୍ଡକୁ ୧୫୭ରନରେ ଧୂଳି ଚଟାଇଥିଲା । ଶୁକ୍ରବାର ଓଲ୍ଡ ଟ୍ରାଫର୍ଡରେ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

   Related Posts