ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଖୁଲାସା, ଏ ପର୍ଯ୍ୟନ୍ତ କରି ସାରିଛନ୍ତି ଏତେ କୋଭିଡ୍-୧୯ ଟେଷ୍ଟ
24/11/2020 at 10:14 PM

ନୂଆଦିଲ୍ଲୀ ୨୪।୧୧: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଙ୍ଗଳବାର ମହାମାରୀ ମଧ୍ୟରେ ନିଜର କର୍ତ୍ତବ୍ୟ ପାଇଁ ଗତ ସାଢେ ଚାରି ମାସରେ ପ୍ରାୟ ୨୨ ଥର କୋଭିଡ୍-୧୯ ଟେଷ୍ଟ କରାଇ ସାରିଛନ୍ତି। ଗାଙ୍ଗୁଲି ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ବ୍ୟସ୍ତ ଥିଲେ। ଗାଙ୍ଗୁଲି ଏକ ଭର୍ଚୁଆଲ ମିଡିଆ କନଫରେନ୍ସ ‘ଲିଭିଂଗାର୍ଡ ଏଜି’ର ବ୍ରାଣ୍ଡ ଦୂତ ଭାବେ କହିଛନ୍ତି, ଗତ ସାଢେ ଚାରି ମାସରେ ମୁଁ ୨୨ ଥର କୋଭିଡ୍-୧୯ ଯାଞ୍ଚ କରାଇଛି ଏବଂ ଥରୁଟିଏ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇନାହିଁ। ମୋ ଆଖପାଖର ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ, ଏଥିପାଇଁ ବୋଧହୁେ ମୋତେ କୋଭିଡ୍-୧୯ ଟେଷ୍ଟ କରାଇବାକୁ ପଡିଛି।
ସେ କହିଛନ୍ତି, ମୁଁ ମୋ ବୃଦ୍ଧ ବାପା-ମାଙ୍କ ସହିତ ରହେ। ଆଇପିଏଲ ପାଇଁ ଦୁବାଇ ଯାତ୍ରା କଲି। ଆରମ୍ଭରୁ କିଛିଟା ଚିନ୍ତିତ ଥିଲି, ନିଜ ପାଇଁ ନୁହେଁ ବରଂ ସମୁଦାୟ ପାଇଁ। କାରଣ ଆପଣ ଅନ୍ୟ କାହାକୁ ସଂକ୍ରମିତ କରିବାକୁ ଚାହିଁବେ ନାହିଁ। ବିସିସିଆଇ ଅଧ୍ୟକ୍ଷ କହିଛନ୍ତି, ମଙ୍ଗଳବାର ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ନିଜର କ୍ଵାରେଣ୍ଟାଇନ୍ ଅବଧି ପୂରା କରିଛନ୍ତି। ଭାରତ ଗସ୍ତର ପ୍ରଥମ ମୁକାବିଲା ନଭେମ୍ବର ୨୭ରେ ଖେଳିବ।
ଗାଙ୍ଗୁଲି କହିଛନ୍ତି, ସମସ୍ତ ଖେଳାଳି ଫିଟ୍ ଏବଂ ଠିକ୍ ଅଛନ୍ତି। ଅଷ୍ଟ୍ରେଲିଆରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଅଧିକ ନୁହେଁ। ତଥାପି ଅଷ୍ଟ୍ରେଲିଆ ଅନ୍ତରାଷ୍ଟ୍ରୀୟ ଯାତ୍ରାକୁ ନେଇ ବହୁତ କଠୋର ରହିଛି।
ଗାଙ୍ଗୁଲି କହିଛନ୍ତି, ସେ ଗର୍ବିତ ଯେ ତାଙ୍କର ବିସିସିଆଇ ଟିମ୍ ୟୁଏଇରେ ଆଇପିଏଲର ସଫଳ ଆୟୋଜନ କରିବାରେ ସଫଳ ହୋଇଛି। ସେ ଆଶା ରଖିଛନ୍ତି ଯେ, ଆଗାମୀ ସଂସ୍କରଣ ଭାରତରେ ଆୟୋଜନ ହେବ। ଏହି ସମୟରେ ଜୈବ ବିବିଧତା ବଳୟରେ ପ୍ରାୟ ୪୦୦ ଲୋକ ଥିଲେ। ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ଅଢେଇ ମାସ ଭିତରେ ୩୦ ରୁ ୪୦ ହଜାର ଟେଷ୍ଟ କରାଯାଇଛି।