ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 02, 2021 IST

କୋଲକାତା ୦୨/୦୧ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭୂତ ହେବାପରେ ତାଙ୍କୁ ଦକ୍ଷିଣ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସକାଳୁ ଘରେ ଜିମରେ ବ୍ୟାୟାମ କଲାବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା। ତାଙ୍କୁ ତୁରନ୍ତ ଅଲିପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଏବେ ସୁଦ୍ଧା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କିଛି ଖୁଲାସା କରିନାହାନ୍ତି। ଗାଙ୍ଗୁଲିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା। ସୌରଭ ଗାଙ୍ଗୁଲି ଏହିଭଳି ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପରିବାର ଓ ସମ୍ପର୍କୀୟ ଚିନ୍ତିତ ହୋଇପଡିଛନ୍ତି।

wp:embed {"url":"https://twitter.com/BoriaMajumdar/status/1345281855646416896","type":"rich","providerNameSlug":"twitter","responsive":true,"className":""}
https://twitter.com/BoriaMajumdar/status/1345281855646416896
/wp:embed

ବରିଷ୍ଠ କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାର କହିଛନ୍ତି ଯେ, ଗାଙ୍ଗୁଲି ଜିମରେ ବ୍ୟାୟାମ କଲାବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ଗାଙ୍ଗୁଲିଙ୍କୁ ହୃଦୟ ସମ୍ବନ୍ଧୀୟ ସମସ୍ୟା ଥିବାରୁ ହସ୍ପିଟାଲରେ ଡାକ୍ତର ସରୋଜ ମଣ୍ଡଳଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଏହି ଟିମ ଗାଙ୍ଗୁଲିଙ୍କ ଚିକିତ୍ସା କରିବେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଛନ୍ତି, ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଶୁଣି ଦୁଃଖ ଲାଗିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି। ଗାଙ୍ଗୁଲି ଓ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.