Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଦୁଇଟି ମାସ୍କ ଲଗାଇ ଦୁବାଇ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

9/09/2020 at 1:34 PM

ନୂଆଦିଲ୍ଲୀ ୦୯/୦୯ : ଭାରତୀୟ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ୍ ପ୍ରସ୍ତୁତି ତଦାରଖ ପାଇଁ ବୁଧବାର ଦିନ ଦୁବାଇ ଗସ୍ତରେ ବାହାରିଛନ୍ତି | ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହେବାକୁ ଅଛି ଆଇପିଏଲ୍ ୨୦୨୦ | ଦେଶରେ ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟ ୟୁଏଇରେ କରାଯାଉଛି | ଓପନିଂ ମ୍ୟାଚ୍ ମୁମ୍ବାଇ ଇଂଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ଖେଳାଯିବ |

ସୌରଭ ଗାଙ୍ଗୁଲି ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି | ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଗତ ୬ ମାସ ମଧ୍ୟରେ ସେ ପ୍ରଥମଥର ପାଇଁ ବିମାନରେ ଗସ୍ତ କରୁଛନ୍ତି | ଆଇପିଏଲ୍ ପାଇଁ ଦୁବାଇ ଯିବାକୁ ପଡିବ ବୋଲି ସେ କହିଛନ୍ତି |  

ଫଟୋରେ ଗାଙ୍ଗୁଲି ମାସ୍କ ସହ ଫେସ୍ ସିଲ୍ଡ ପିନ୍ଧିଥିବା ନଜର ଆସିଛି | କରୋନା ମହାମାରୀ ଯୋଗୁଁ ବିମାନ ଯାତ୍ରା ସମୟରେ ମାସ୍କ ଫେସ୍ ସିଲ୍ଡ ଅନିବାର୍ଯ୍ୟ | ତେବେ କରୋନା ମହାମାରୀ ଯୋଗୁଁ ଗାଙ୍ଗୁଲି ଏକାଥରେ ଦୁଇଟି ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି | ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ପୂର୍ବରୁ ହିଁ ଦୁବାଇ ଯାଇସାରିଛନ୍ତି |

   Related Posts