ଏହି ରେଡିଓ ଚ୍ୟାନେଲ ସହ ଯୁକ୍ତି କଲା ବିସିସିଆଇ,ଏବେ ଶୁଣି ପାରିବେ ସବୁ ମ୍ୟାଚର ଲାଇଭ କମେଣ୍ଟ୍ରି…

Published By : Prameya-News7 Bureau | September 10, 2019 IST

ନୂଆଦିଲ୍ଲୀ୧୦|୯: କ୍ରିକେଟ ମ୍ୟାଚର ଲାଇଭ କମେଣ୍ଟ୍ରି କରିବା ପାଇଁ ବିସିସିଆଇ ଏକ ରେଡ଼ିଓ ଚ୍ୟାନେଲକୁ ପାର୍ଟନର କରିଛି। ଅଲ ଇଣ୍ଡିଆ ରେଡିଓ(ଆକାଶବାଣୀ) ବା ଏଆଇଆରକୁ ବିସିସିଆଇ ପାର୍ଟନର କରିଛି। ଭାରତରେ ଆଗକୁ ଖେଳ ହେବାକୁ ଥିବା ସବୁ ମ୍ୟାଚର ଲାଇଭ୍‌ କମେଣ୍ଟ୍ରି ଅଲ ଇଣ୍ଡିଆ ରେଡିଓରେ ଶୁଣି ପାରିବେ। ବିସିସିଆଇ ଓ ଏଆଇଆର ମଧ୍ୟରେ ଦୁଇବର୍ଷ ପାଇଁ  ଯୁକ୍ତି କରାଯାଇଛି। ଭାରତରେ ହେବାକୁ ଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ମ୍ୟାଚର ଧାରା ବିବରଣୀ ଅଲ ଇଣ୍ଡିଆ ରେଡିଓରେ ଶୁଣି ପାରିବେ।

ଦେଶର କୋଣନୁକୋଣରେ ରହୁଥିବା ଲୋକେ ଘରେ ବସି ଭାରତରେ ଖେଳା ଯାଉଥିବା ଅନ୍ତର୍ଜାତୀୟ ମ୍ୟାଚର ଲାଇଭ୍ କମେଣ୍ଟ୍ରି ଶୁଣି ପାରିବେ। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପାଇଁ ଭାରତ ଓ ସାଉଥ୍‌ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯିବ। ଏହି ମ୍ୟାଚଟି ଧର୍ମଶାଳାରେ ହେବ। ଏହି ଟି-୨୦ ମ୍ୟାଚର ଲାଇଭ କମେଣ୍ଟ୍ରି ଅଲ ଇଣ୍ଡିଆ ରେଡିଓରେ ଶୁଣି ପାରିବେ।

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବ୍ୟତୀତ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲାଇଭ କମେଣ୍ଟ୍ରି ମଧ୍ୟ ଅଲ ଇଣ୍ଡିଆ ରେଡିଓରେ ଶୁଣିପାରିବେ।ବିସିସିଆଇ ଓ ଏଆଇଆର ମଧ୍ୟରେ ୨୦୧୯ ମସିହା ସେପ୍ଟେମ୍ବର ୧୦ ତାରିଖଠାରୁ ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଯୁକ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.