Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IPLରେ କରୋନା : BCCI ମେଡିକାଲ କମିଟିର ଜଣେ ସଦସ୍ୟ କୋଭିଡ଼-୧୯ ସଂକ୍ରମିତ

3/09/2020 at 10:49 AM

ନୂଆଦିଲ୍ଲୀ ୦୩।୦୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ (IPL)ରେ କରୋନା ଭାଇରାସର ନୂଆ ମାମଲା ସାମ୍ନାକୁ ଆସିଛି । ୟୁଏଇରେ ଉପସ୍ଥିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମେଡିକାଲ କମିଟିର ଜଣେ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଜାତୀୟ ଗଣାମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ , ଜଣେ ମେଡିକାଲର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିସିସିଆଇ ପ୍ରୋଟକୋଲ୍‌ ମୁତାବିକ ମେଡିକାଲ ଟିମ୍‌ର ସମସ୍ତ ଷ୍ଟାପଙ୍କୁ ପୂର୍ବରୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ସେ ଆଇସୋଲେସନ୍‌ରେ ରହିଛନ୍ତି ।

ଆଇପିଏଲ୍‌ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ । ୟୁଏଇର ତିନୋଟି ସ୍ଥାନରେ ଏହି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଯେପରି ଦୁବାଇ, ଆବୁଧାବି ଓ ଶାର୍‌ଜାହାରେ ଖେଳାଯିବ । ସେହିପରି ଗତ ସପ୍ତାହରେ ଚେନ୍ନାଇ ସୁପରକିଙ୍ଗସ୍‌ର ୨ଜଣ ଖେଳାଳିଙ୍କୁ ମିଶାଇ ମୋଟ ୧୩ଜଣ ଷ୍ଟାପ୍‌ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ସମସ୍ତ ଖେଳାଳିଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏବଂ ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।  

ଚେନ୍ନାଇ ସୁପର କିଙ୍ଗ୍‌ସର ସିଇଓ ବିଶ୍ୱନାଥନ୍‌ କହିଛନ୍ତି ଯେ, ଦଳର ୧୩ଜଣ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ କୋଭିଡ଼-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି । ଏବେ ଆଉ ଥରେ ସମସ୍ତଙ୍କ ପରୀକ୍ଷା ହେବ । ଚେନ୍ନାଇ ଟିମ୍‌ ପକ୍ଷରୁ ଶୁକ୍ରବାର ମାନେ ୪ ସେପ୍ଟେମ୍ବରରୁ ଟ୍ରେନିଂ ଆରମ୍ଭ କରିବା ପାଇଁ ଯୋଜନା ରଖାଯାଇଛି । ସେପଟେ ଦୀପକ ଓ ରୁତୁରାଜ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ନିୟମ ପାଳନ କରିବେ । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ . ତାଙ୍କର ଟ୍ରେନିଂ ଆରମ୍ଭ ହେବ ।

   Related Posts