Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦଳକୁ କମବ୍ୟାକ୍ କରିବେ ଅନିଲ୍: ମିଳିପାରେ ବଡ ଦାୟିତ୍ୱ, ରେସ୍‌ରେ ଭି.ଭି ଏସ୍ ଲକ୍ଷ୍ଣଣ

18/09/2021 at 8:46 AM

ନୂଆଦିଲ୍ଲୀ ୧୮/୦୯: ଗତ କିଛି ଦିନର ବିରତି ପରେ ଭାରତୀୟ ଦଳକୁ କମବ୍ୟାକ୍ କରିବେ ଅଭିଜ୍ଞ ବୋଲର ଅନିଲ୍ କୁମ୍ୱଲେ । କୁହାଯାଉଛି ଭାରତୀୟ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ଅନିଲ୍ କୁମ୍ୱଲେ । ପୂର୍ବରୁ ମଧ୍ୟ ସେ ଦଳର ମୁଖ୍ୟ କୋଚ୍ ହୋଇଥିଲେ । ଟି -20 ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ମିଳିବାର ଚାନ୍ସ ଅଛି । ଏହାରି ଭିତରେ ରେସରେ ଅନେକ ଦାବିଦାର ଅଛନ୍ତି ।

ହେଲେ ପୂର୍ବତନ ଭେଟେରାନ କ୍ରିକେଟର ଅନିଲ କୁମ୍ବଲେଙ୍କୁ ଟିମ୍ ଇଣ୍ଡିଆର କୋଚ୍ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ରହିଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି -20 ବିଶ୍ୱକପ ପରେ ସମାପ୍ତ ହେବ । ଏହାପରେ ଦଳକୁ ନୂଆ କୋଚ୍ ମିଳିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ବିସିସିଆଇ ଅନିଲ କୁମ୍ବଲେ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକଙ୍କ ପଦ ପାଇଁ ଆବେଦନ କରିବାକୁ କହିପାରେ ।

ଏହା ପୂର୍ବରୁ କୁମ୍ବଲେ ୨୦୧୬-୧୭ ବର୍ଷକ ପାଇଁ ଭାରତୀୟ ଦଳର କୋଚ୍ ଥିଲେ । ସେତେବେଳେ ସଚିନ ତେନ୍ଦୁଲକର, ଲକ୍ଷ୍ମଣ ଏବଂ ଗାଙ୍ଗୁଲିଙ୍କ ନେତୃତ୍ୱରେ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତ କରିଥିଲେ । ହେଲେ ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ ହେବା ପରେ କୁମ୍ବଲେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନକୁ ହରାଇବା ପରେ ଇସ୍ତଫା ଦେଇଥିଲେ ।

ତେବେ ଏନେଇ ଅନିଲ କୁମ୍ବଲେ ରାଜି ଅଛନ୍ତି କି ନାହିଁ ତାହା ଜଣାପଡିନି । ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ବରିଷ୍ଠ ସୂତ୍ରରୁ ଜଣାପଡିଛି ଯେ ଅନିଲ କୁମ୍ବଲେଙ୍କ ବହିଷ୍କାର ମାମଲାକୁ ସଂଶୋଧନ କରାଯିବା ଆବଶ୍ୟକ । ତେବେ ଆହୁରି ମଧ୍ୟ କୋଚ୍ ପାଇଁ ଭିଭିଏସ ଲକ୍ଷ୍ମଣ ମଧ୍ୟ ଦୌଡରେ ସାମିଲ ଅଛନ୍ତି ।

   Related Posts