BCCI ନିର୍ବାଚନ, ଜାରି ହେଲା ନିର୍ବାଚକଙ୍କ ନାମ ତାଲିକା

Published By : Prameya-News7 Bureau | December 13, 2020 IST

ମୁମ୍ବାଇ ୧୩।୧୨: ଚଳିତମାସରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ଲାଗି ରବିବାର ୨୮ ନିର୍ବାଚକଙ୍କ ନାମ ଥିବା ତାଲିକା ଜାରି ହୋଇଛି। ଡିସେମ୍ବର ୨୪ ତାରିଖରେ ହେବାକୁ ଥିବା ବାର୍ଷିକ ସାଧାରଣ ବୈଠକ(ଏଜିଏମ)ରେ ଉପାଧ୍ୟକ୍ଷ ଓ ଗଭର୍ଣ୍ଣିଂ କାଉନସିଲର ଦୁଇ ସଦସ୍ୟଙ୍କ ନିର୍ବାଚନ ହେବ। ଏ ନେଇ ନିର୍ବାଚନ ଅଧିକାରୀ ଅଚଲ କୁମାର ଜ୍ୟୋତି ପୂର୍ବରୁ ଘୋଷଣା କରିଥିଲେ।

ନିର୍ବାଚନ ଅଧିକାରୀଙ୍କ ଘୋଷଣା ମୁତାବକ ଡିସେମ୍ବର ୧୧ ତାରିଖ ସୁଧା ବିସିସିଆଇ ସମ୍ପର୍କିତ ସଦସ୍ୟଙ୍କୁ ସେମାନଙ୍କ ପ୍ରତିନିଧିଙ୍କ ଲାଗି ପ୍ରାର୍ଥୀତ୍ୱ ଆବେଦନ କରିବାର ଥିଲା। ତେବେ ଏଥିରେ ବିଳମ୍ବିତ ହୋଇଥିଲେ ବି ବିସିସିଆଇ ରବିବାର ନିର୍ବାଚକଙ୍କ ନାମ ତାଲିକା ଜାରି କରିଛନ୍ତି।  ଯଦି ନିୟମିତ ସମୟ ଅନୁସାରେ ହୋଇଥାନ୍ତା ତେବେ ବିସିସିଆଇ ଶୁକ୍ରବାର ନିର୍ବାଚକଙ୍କ ନାମତାଲିକା ଘୋଷଣା କରିଥାନ୍ତେ। ତେବେ ଏହି ବିଳମ୍ବତା ନେଇ ନିର୍ବାଚନ ଅଧିକାରୀ କୌଣସି କାରଣ ଦର୍ଶାଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.