Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଇପିଏଲ୍ ୨୦୨୧ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ର ଶେଷ ଟେଷ୍ଟ ରଦ୍ଦ କରିବାକୁ ପ୍ରସ୍ତୁତ ବିସିସିଆଇ !

24/05/2021 at 9:07 PM

ନୂଆଦିଲ୍ଲୀ ୨୪।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ ବିସିସିଆଇ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ବଳକା ମ୍ୟାଚ୍‌ ଆୟୋଜନ କରିବା। ଖବର ଅନୁଯାୟୀ ବିସିସିଆଇ ସେପ୍ଟେମ୍ବରରେ ଏହି ମ୍ୟାଚ୍‌ ଗୁଡିକୁ ଇଂଲଣ୍ଡରେ ଆୟୋଜନ କରିବାକୁ ଚାହୁଁଛି। ଏଥିପାଇଁ ବିସିସିଆଇ ଏବେ ଇସିବି ସହ ଯୋଗାଯୋଗ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ଇସିବିଠାରେ ଦାବି ରଖିଛି ଯେ, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ସମୟରେ ପରିବର୍ତ୍ତନ କରୁ, ଯଦ୍ଵାରା ସେ ଆଇପିଏଲର ଆୟୋଜନ କରି ପାରିବ।

ଇଂଲଣ୍ଡର ଖବରକାଗଜ ଦ ଟେଲିଗ୍ରାଫ ଅନୁସାରେ, ବିସିସିଆଇ ଇସିବିକୁ କହିଛି ଯେ, ପ୍ରଥମ ଟେଷ୍ଟକୁ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ କରାଯାଉ ନଚେତ୍ ପଞ୍ଚମ ଟେଷ୍ଟକୁ ସିରିଜ୍‌କୁ ବାଦ୍ ଦିଆଯାଉ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେଉଥରିବା ବେଳେ ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମାଞ୍ଚେଷ୍ଟରରେ ସେପ୍ଟେମ୍ବର ୧୦ରୁ ଖେଳାଯିବ।

ଖବର ଏହା ମଧ୍ୟ ରହିଛି ଯେ, ବିସିସିଆଇ ଆଇପିଏଲ ୨୦୨୧ର  ବଳକା ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ କରିପାରେ। ଇଂଲଣ୍ଡର କାଉଣ୍ଟି ଦଳ ମଧ୍ୟ ବିସିସିଆଇକୁ ଆଇପିଏଲର ଆୟୋଜନ ପାଇଁ ଅଫର କରି ସାରିଛନ୍ତି। ଯଦି  ବିସିସିଆଇ ଇଂଲଣ୍ଡରେ ଆଇପିଏଲ ୨୦୨୧ର ପାର୍ଟ-୨ର ଆୟୋଜନ କରେ ତେବେ ଇସିବିକୁ ଆର୍ଥିକ ଫାଇଦା ମିଳିପାରେ। ଇସିବିକୁ କରୋନା ଯୋଗୁଁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିଛି। ଏଥିପାଇଁ ସେ ବିସିସିଆଇର ଅଫର ଉପରେ ବିଚାର କରିପାରେ।

କିନ୍ତୁ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ନକରିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ମତରେ ସେପ୍ଟେମ୍ବର ମାସରେ ଆଇପିଏଲ ଆୟୋଜନ ହେଲେ ଅନେକ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବ। କାରଣ ଏହି ସମୟରେ ଇଂଲଣ୍ଡରେ ପ୍ରବଳ ବର୍ଷା ହୋଇଥାଏ। ଏମିତି ହେଲେ ଅନେକ ମ୍ୟାଚ୍ ରଦ୍ଦ ହୋଇପାରେ କିମ୍ବା ଓଭର ସଂଖ୍ୟା କମିପାରେ।

   Related Posts