କ୍ଵିନ୍ସଲାଣ୍ଡ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ବୟାନ ପରେ କଠୋର ହେଲା ବିସିସିଆଇ, ଆଶଙ୍କାରେ ଗାବା ଟେଷ୍ଟ, ଚତୁର୍ଥ ଟେଷ୍ଟ ନଖେଳି ସ୍ଵଦେଶ ଫେରିବ ଭାରତୀୟ ଦଳ ?

Published By : Prameya-News7 Bureau | January 04, 2021 IST

ସିଡନୀ ୦୪।୦୧: କ୍ଵିନ୍ସଲାଣ୍ଡର ସ୍ଵାସ୍ଥ୍ୟ ମନ୍ତ୍ରୀ ରୋଜ୍ ବେଟ୍ସଙ୍କ ଟିପ୍ପଣୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଉପରେ କଳା ବାଦଲ ଛାଇ ଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୁଣି ଥରେ ଏହି ବିଷୟରେ ଚିନ୍ତା କରୁଛି ଯେ, ଭାରତୀୟ ଦଳ ଗାବାରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବ କି ନାହିଁ। ବେଟ୍ସ କହିଥିଲେ ଯେ, ଭାରତୀୟ ଖେଳାଳିଙ୍କୁ କରୋନା ସଂପର୍କିତ ସମସ୍ତ ନିୟମ ମାନିବାକୁ ପଡିବ। ଯଦି ସେମାନେ ନିୟମ ମାନିବେ ନାହିଁ ତେବେ ବ୍ରିସବେନ ଆସିବା ଦରକାର ନାହିଁ। ସେମାନଙ୍କୁ ସ୍ଵାଗତ କରାଯିବ ନାହିଁ।

ବିସିସିଆଇ ସୂତ୍ର ଅନୁଯାୟୀ, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଧରଣର ଟିପ୍ପଣୀରେ ଭାରତୀୟ ଦଳର ଛବି ଉପରେ ନକରାତ୍ମକ ପ୍ରଭାବ ପକାଇଛି। ବୋର୍ଡ ଏବେ ଚିନ୍ତା କରୁଛି ଯେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ତିନୋଟି ମ୍ୟାଚ୍‌ରେ ସୀମିତ କରାଯାଉ ଏବଂ ସିଡନୀ ଟେଷ୍ଟ ପରେ ଦଳ ସ୍ଵଦେଶ ଫେରି ଆସୁ।

{"id":386735,"sizeSlug":"large","linkDestination":"none"}

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡନୀରେ ଜାନୁଆରୀ ୭ରେ ଖେଳାଯିବ। ଏହା ପରେ ବ୍ରିସବେନରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ସଂପ୍ରତି ସିରିଜ୍ ୧-୧ରେ ବରାବର ରହିଛି।

ବ୍ରିସବେନ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦଳର ଖେଳାଳିଙ୍କୁ ପୁଣି ଥରେ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବା ନିୟମରେ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ଵିନ୍ସଲାଣ୍ଡର ସ୍ଵାସ୍ଥ୍ୟ ମନ୍ତ୍ରୀ ରୋଜ୍ ବେଟ୍ସ କହିଥିଲେ ଯଦି ଭାରତୀୟ ଦଳ ନିୟମ ପାଳନ କରିବାକୁ ଚାହୁଁନାହିଁ ତେବେ ସେମାନଙ୍କୁ ସ୍ଵାଗତ କରାଯିବ ନାହିଁ। ତାଙ୍କର ଏହି ବିବାଦୀୟ ଟିପ୍ପଣୀ ପରେ ଚତୁର୍ଥ ଟେଷ୍ଟ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

{"id":386739,"sizeSlug":"large","linkDestination":"none"}

ବିସିସିଆଇର ଜଣେ ଅଧିକାରୀଙ୍କ ଅନୁଯାୟୀ, ଯଦି କୌଣସି ଜନ ପ୍ରତିନିଧି ଚାହୁଁନାହାନ୍ତି ଯେ ଦଳ ବ୍ରିସବେନ୍ ଗସ୍ତ କରୁ ଏବଂ ମ୍ୟାଚ୍ ଖେଳୁ ତେବେ ଏହା ଦୁଃଖଦ ବିଷୟ। ଏଥିରେ ଭାରତୀୟ ଦଳର ଛବି ମଳିନ କରିବାକୁ ଚେଷ୍ଟା କରାଯାଉଛି। ଭାରତୀୟ ଦଳ ନିୟମର ପାଳନ କରୁଛି। ରୋହିତ ଶର୍ମା କଠୋର କ୍ଵାରେଣ୍ଟାଇନରେ ରହିବା ଏହାର ପ୍ରକୃଷ୍ଠ ଉଦାହରଣ। ଆମକୁ ଅଷ୍ଟ୍ରେଲିଆ ପ୍ରଶଂସକ ବହୁତ ଭଲ ପାଇବା ଏବଂ ସମର୍ଥନ ଦେଇଛନ୍ତି। ଆମେ ତାଙ୍କ ପାଇଁ ଏବଂ କ୍ରିକେଟ୍ ଅଷ୍ଟ୍ରେଲିଆ ପାଇଁ କୌଣସି ପ୍ରକାରର ସମସ୍ୟା ସୃଷ୍ଟି କରିବାକୁ ଚାହୁଁନାହୁଁ।

କ୍ରିକେଟ୍ ଅଷ୍ଟ୍ରେଲିଆର ଅନ୍ତରୀଣ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିକ ହକଲେ ସୋମବାର ସ୍ପଷ୍ଟ କରିଛନ୍ତି ଯେ ଭାରତ ବ୍ରିସବେନରେ ଚତୁର୍ଥ ଟେଷ୍ଟ  ଖେଳିବ କି ନାହିଁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ବର୍ତ୍ତମାନ ନିର୍ଦ୍ଧାରିତ କ୍ରୀଡାସୂଚୀ ଅନୁଯାୟୀ ମ୍ୟାଚ୍ ଆଗକୁ ବଢିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.