ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ମନା, ସ୍ପଷ୍ଟ କଲା ବିସିସିଆଇ
12/03/2020 at 10:48 PM

ନୂଆଦିଲ୍ଲୀ୧୨/୩: କରୋନା ଭାଇରସକୁ ନଜରରେ ରଖି ବିନା ଦର୍ଶକରେ ଆଇପିଏଲର ଆୟୋଜନ ହେବା ନେଇ ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଦୁଇଟି ଦିନିକିଆ ମଧ୍ୟ ବିନା କୌଣସି ଦର୍ଶକେ ହେବ ବୋଲି ବିସିସିଆଇ ସୂଚନା ଦେଇଛି । ଅର୍ଥାତ ଖାଲି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜର ତିନୋଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଛି। ଅନ୍ୟପଟେ ମାରାତ୍ମକ କରୋନାକୁ ନଜରରେ ରଖି ସିରିଜର ବାକି ୨ଟି ମ୍ୟାଚ ବିନା କୌଣସି ଦର୍ଶକରେ ଖେଳାଯିବ।
ବିସିସିଆଇର ସୂତ୍ରାନୁସାରେ, କରୋନା ଭାଇରସକୁ ନଜରରେ ରଖି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକିଥିବା ୨ଟି ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯିବ। ୧୫ ମାର୍ଚ୍ଚରେ ଲକ୍ଷ୍ନୌ ଓ ୧୮ ମାର୍ଚ୍ଚରେ କୋଲକାତାରେ ଆଗାମୀ ମ୍ୟାଚ ଖେଳାଯିବ।
ସୂଚନାଯୋଗ୍ୟ, କ୍ରୀଡା ମନ୍ତ୍ରାଳୟ ବିସିସିଆଇ ସମେତ ଅନ୍ୟ ରାଷ୍ଟ୍ରୀୟ ମହାସଙ୍ଘକୁ କରୋନା ଭାଇରସର ବିପଦକୁ ଦେଖି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଗଲେ ତାକୁ ବିନା କୌଣସି ଦର୍ଶକେ କରାଯାଉ ବୋଲି ସ୍ପଷ୍ଟ ଭାବେ କହିସାରିଛି।