ଭାରତୀୟ କ୍ରିକେଟରଙ୍କ ବଢିଲା ପାରିଶ୍ରମିକ : ବଡ ଘୋଷଣା କଲା ବିସିସିଆଇ

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ ୨୧/୦୯: ଭାରତୀୟ କ୍ରିକେଟରଙ୍କ ପାଇଁ ଖୁସି ଖବର । ଖେଳାଳିଙ୍କ ପାରିଶ୍ରମିକ ନେଇ ବଡ ଘୋଷଣା କରିଛି ବିସିସିଆଇ । କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ । ଏଣିକି ବରିଷ୍ଠ ଘରୋଇ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍ ପିଛା ପାରିଶ୍ରମିକ ୬୦ ହଜାର ଟଙ୍କା ଘୋଷଣା କରିଛି ବୋର୍ଡ । କିନ୍ତୁ ଏହି ବରିଷ୍ଠ ଖେଳାଳି ସର୍ବନିମ୍ନ ୪୦ଟି ମ୍ୟାଚ୍ ଖେଳିଥିବା ଆବଶ୍ୟକ ।

wp:html /wp:html

ସେହିଭଳି ୨୩ ବର୍ଷରୁ କମ ଘରୋଇ କ୍ରିକେଟର ଓ ୧୯ ବର୍ଷରୁ କମ ଘରୋଇ କ୍ରିକେଟରଙ୍କ ପାଇଁ ମ୍ୟାଚ୍ ପିଛା ପାରିଶ୍ରମିକ ଯଥାକ୍ରମେ ୨୫ ହଜାର ଓ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛି ବୋର୍ଡ । ଦୁବାଇରେ ବସିଥିବା ବିସିସିଆଇର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେଉଁ ଖେଳାଳି ୨୦୧୯-୨୦ ସିଜିନରେ ଘରୋଇ କ୍ରିକେଟରେ ଭାଗ ନେଇଥିଲେ ସେମାନଙ୍କୁ ଅତିରିକ୍ତ ୫୦ ପ୍ରତିଶତ ମ୍ୟାଚ୍ ପାରିଶ୍ରମିକ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.