Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସେପ୍ଟେମ୍ୱରରୁ ପୁଣି ଜମିପାରେ ଫଟାଫଟ୍ କ୍ରିକେଟ ଫିଭର : ୟୁଏଇରେ ଖେଳାଯିବ ଆଇପିଏଲ୍ ୧୪ ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍

31/05/2021 at 1:19 PM

ନୂଆଦିଲ୍ଲୀ ୩୧/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା IPL ସିଜନ ୧୪ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୭ରୁ ୟୁଏଇରେ ଆରମ୍ଭ ହୋଇପାରେ । ଗୋଟିଏ ଦିନ ପୂର୍ବରୁ, ବିସିସିଆଇ ବୈଠକରେ ୟୁପିରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶନିବାର ଦିନ, ଆଇପିଏଲ୍ ୨୦୨୧ର ଭବିଷ୍ୟତ ବିଷୟରେ ବିସିସିଆଇ ବୈଠକ ଡାକିଥିଲା ।

ଗତ ବର୍ଷର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ୟୁଏଇକୁ ମନୋନୀତ କରାଯାଇଥିଲା । ଆଇପିଏଲର ୧୪ ତମ ସଂସ୍କରଣ ଏପ୍ରିଲ ୯ରୁ ମୁମ୍ବାଇ ଏବଂ ଚେନ୍ନାଇରେ ଆରମ୍ଭ ହୋଇଥିଲା । ବିସିସିଆଇ ପ୍ରାୟ ୨୫ ଦିନ ଧରି ସଫଳତାର ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ସଫଳ ହୋଇଥିଲା । କିନ୍ତୁ ଦଳ ଅହମ୍ମଦାବାଦ ଏବଂ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କେବଳ ଅନେକ ଖେଳାଳି କରୋନା ପଜିଟିଭ୍ ଥିବା ଜଣାପଡିଥିଲା ।

ବିସିସିଆଇ ଦୁଇଟି ମ୍ୟାଚ୍ ସ୍ଥଗିତ ରଖିବା ପରେ ଶେଷରେ ସିଜିନକୁ ମେ ୩ରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଯଦି ବିସିସିଆଇ ଆଇପିଏଲ୍ ସିଜନ୍ ୧୪ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ନକରେ, ତେବେ ପ୍ରାୟ ୩ହଜାର କୋଟି କ୍ଷତି ସହିବାକୁ ପଡିବ । ଏବେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବାର ତାରିଖ ଘୋଷଣା କରିନାହିଁ ବିସିସିଆଇ । କିନ୍ତୁ ବିଶେଷ ସୂତ୍ରରୁ ଜଣାପଡିଛି, ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବରରୁ ୧୭ ରୁ ୧୦ ଅକ୍ଟୋବର ମଧ୍ୟରେ ଖେଳାଯିବ ।

   Related Posts