ପ୍ରଧାନମନ୍ତ୍ରୀଙ୍କ ‘କେୟାର ଫଣ୍ଡ’ରେ BCCIଙ୍କ ବଡ ଯୋଗଦାନ, ଦେଲେ ୫୧ କୋଟି ଟଙ୍କା
28/03/2020 at 9:33 PM

ମୁମ୍ବାଇ ୨୮।୩: କରୋନା ଭାଇରସ୍ ଦେଶକୁ ଆସିବା ପରେ ବ୍ୟାପିବାରେ ଲାଗିଛି। ଚୀନରେ ଭୂତାଣୁର ଭୟାନକ ପ୍ରକୋପର ଅଭିଜ୍ଞତା କରିଥିଲା ଭାରତ। ଏଣୁ ସଂକ୍ରମଣ ଆରମ୍ଭ ହେବା ସହ ଦେଶକୁ ଲକ ଡାଉନ୍ ମୋଡକୁ ନେଇଥିଲେ ପ୍ରଧାନମନ୍ତ୍ରୀ। ଏଥି ଯୋଗୁ ଯଦିଓ ଭୂତାଣୁ ସଂକ୍ରମଣ ଏବେ ବି ଆୟତ୍ତାଧୀନ ରହିଛି ଦେଶର ଅବସ୍ଥା କିନ୍ତୁ ଅଣାୟତ୍ତ ହୋଇପଡିଛି। ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ପିଏମ କେୟାରସ୍’ ଫଣ୍ଡର ସ୍ଥାପନା କରିଥିବା ବେଳେ ସଂଗ୍ରାମରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ସହଯୋଗ ଘୋଷଣା କରି ଥିବା ଜଣାପଡିଛି ।
The PM-CARES Fund accepts micro-donations too. It will strengthen disaster management capacities and encourage research on protecting citizens.
— Narendra Modi (@narendramodi) March 28, 2020
Let us leave no stone unturned to make India healthier and more prosperous for our future generations. pic.twitter.com/BVm7q19R52
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିର ମୂଳ ଉଦ୍ଦେଶ୍ୟ। ପାଣ୍ଠିରୁ ଲବ୍ଧ ଅର୍ଥ ଦେଶବାସୀଙ୍କୁ କରୋନା ଭଳି ମହାମାରୀରୁ ରକ୍ଷା କରିବା ସହ ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ ସହାୟତା ଓ ଖାଦ୍ୟ ଯୋଗାଇ ଦିଆଯିବ। ଦେଶ ଏବେ ଭୂତାଣୁ ସଂକ୍ରମଣକୁ ନେଇ ସଂକଟ ଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ବିସିସିଆଇ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ ଲାଗି ଅଣ୍ଟା ଭିଡିଛି।
Come on India! Join @PhonePe_
— Sameer.Nigam (@_sameernigam) March 28, 2020
#100CrorePledge! We will add Rs.10 to everyone’s donation to the PM CARES FUND! Donate via @UPI_NPCI
now and lets get 10 crore Indians to donate to this amazing cause! We will pledge Rs.100 crores on top!!! #100CrorePledge #DonateKaroNaIndia https://t.co/k3Zblwfkos pic.twitter.com/taYp05zJmZ
ପ୍ରଧାନମନ୍ତ୍ରୀ ଏହି ପାଣ୍ଠିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ବେଳେ କେନ୍ଦ୍ର କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜ୍ଜୁ ନିଜ ତରଫରୁ ୧ କୋଟି ଟଙ୍କାର ସହଯୋଗ ଘୋଷଣା କରିଥିଲେ। ସେହିପରି ବଲିଉଡ କଳାକାର ଅକ୍ଷୟ କୁମାର ଫାଣ୍ଠି ଲାଗି ତାଙ୍କ ଆଡୁ ୨୫ କୋଟିର ସହଯୋଗ ହାତ ବଢାଇଥିବା ବେଳେ ଏବେ ଅନ୍ୟମାନେ ମଧ୍ୟ ନିଶ୍ଚିତ ସହଯୋଗ କରିବେ ବୋଲି ଆଶା କରାଯାଉଛି।