Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଧୋନୀ ଯୁଗ ଶେଷ! ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟର ୨୭ କ୍ରିକେଟରଙ୍କ ଭିତରେ ନାହାନ୍ତି ମାହି…

16/01/2020 at 3:14 PM

ନୂଆଦିଲ୍ଲୀ୧୬/୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କଣ୍ଟ୍ରାକ୍ଟ ଲିଷ୍ଟ୍‌ରୁ ବାଦ୍ ପଡ଼ିଲେ ମହେନ୍ଦ୍ର ସିଂହ ଧୋନୀ। ତେଣୁ ଧୋନୀଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଛି। କ’ଣ ମାହିଙ୍କ କ୍ରିକେଟ୍‌ କ୍ୟାରିୟର ଖତମ୍‌ ହୋଇଗଲା?। ଜାନୁଆରୀ ୧୬ ତାରିଖ ଅର୍ଥାତ ଆଜି ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି। ଏଥିରେ ଧୋନୀଙ୍କ ନାଁ ନାହିଁ। ଗତ ବର୍ଷ ୫ କୋଟି ଗ୍ରେଡ୍‌ ତାଲିକାରେ ଧୋନୀଙ୍କ ନାଁ ସ୍ଥାନ ପାଇଥିଲା। ୨୦୧୯ ମସିହା ଜୁଲାଇ ମାସରୁ ଧୋନୀ କୌଣସି ଅନ୍ତଃର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି। କଣ୍ଟ୍ରାକ୍ଟ ତାଲିକାରେ ଧୋନୀଙ୍କ ନାଁ ନଥିବାରୁ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି।

ତେବେ ଏହି କଣ୍ଟ୍ରାକ୍ଟ ଲିଷ୍ଟର ଅବଧି ୨୦୧୯ ମସିହା ସେପ୍ଟେମ୍ବର ମାସରୁ ୨୦୨୦ ପର୍ଯ୍ୟନ୍ତ ରହିବ। ଟିମ୍‌ ଇଣ୍ଡିଆର ୨୭ ଖେଳିଳୀଙ୍କ ନାଁ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ପାଇଛି। ଗ୍ରେଡ୍‌ A+ ରେ ୩ଜଣଙ୍କ ନାଁ ରହିଛି। ଯେଉଁମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି, ଉପ- ଅଧିନାୟକ ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରାହଙ୍କ ନାଁ ଗ୍ରେଡ୍‌ A+ ରେ ସାମିଲ ହୋଇଛି।

ସେହିପରି ଗ୍ରେଡ୍‌ A ରେ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରୀ, ଅଜିଙ୍କ୍ୟ ରାହାଣେ, କୋଏଲ ରହୁଲ, ଶିଖର ଧାଓ୍ବନ, ମୋ.ସାମୀ, ଇର୍ଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଋଷଭ ପନ୍ତଙ୍କ ନାଁ ସାମିଲ ରହିଛି। ଏମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳିବ। ଗ୍ରେଡ୍ B ରେ ରିଦ୍ଦିମାନ ସାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲଙ୍କ ନାଁ ରହିଛି। ଏମାନଙ୍କୁ ବାର୍ଷକ ୩ କୋଟି ମିଳିବ। ସେହିପରି ଗ୍ରେଡ୍‌ cରେ କେଦାର ଯାଦବ, ନଓ୍ବଦୀପ ସୈନୀ, ଦୀପକ ଚାହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦୁଲ ଠାକୁର, ଶ୍ରେୟସ ଆୟର ଓ ଓ୍ବାସିଙ୍ଗଟନ ସୁନ୍ଦର ନାଁ ସ୍ଥାନ ରହିଛି।

   Related Posts