Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଧୋନୀଙ୍କ କଣ୍ଟ୍ରାକ୍ଟ ସମାପ୍ତିକୁ ନେଇ BCCIଙ୍କ ସଫେଇ, ଜାଣନ୍ତୁ କହିଲେ କ’ଣ?

16/01/2020 at 6:28 PM

ମୁମ୍ବାଇ ୧୬।୧:  ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ବ୍ୟାଟସ୍‌ମ୍ୟାନ ଓ ୱିକେଟ୍ କିପର୍ ମହେନ୍ଦ୍ର ସିଂ ଧୋନୀଙ୍କ କଣ୍ଟ୍ରାକ୍ଟ ସମାପ୍ତିକୁ ନେଇ ଏବେ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପର ପର୍ବ ଚାଲିଛି। ଏଥିରେ କାହିଁକି ଧୋନୀଙ୍କ କଣ୍ଟ୍ରାକ୍ଟ ସମାପ୍ତ ହେଲା ସେ ନେଇ ବିସିସିଆଇ ସ୍ପଷ୍ଟିକରଣ ଦେଇଛନ୍ତି। ଧୋନୀଙ୍କ ପ୍ରସଙ୍ଗ ନେଇ ପ୍ରଥମେ ଆଲୋଚନା ହୋଇଥିଲା ଓ ସେହି ଅନୁସାରେ ଚୁକ୍ତି ସମାପ୍ତି ଲାଗି ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ କହିଛନ୍ତି।

ବିସିସିଆଇ ଅଧିକାରୀମାନେ ଏ ନେଇ ପ୍ରଥମେ ଧୋନୀଙ୍କ ସହ ଆଲୋଚନା କରିଥିଲେ। ପରେ ତାଙ୍କୁ କଣ୍ଟ୍ରାକ୍ଟରୁ ବାହାର କରାଯାଇଥିଲା ବୋଲି କୁହାଯାଇଛି। ଅଧିକାରୀଙ୍କ ସହ ଆଲୋଚନାରେ ଧୋନୀ ସେପ୍ଟେମ୍ବର ୨୦୧୯ ପରଠାରୁ କୌଣସି ମ୍ୟାଚ୍ ଖେଳିନାହାନ୍ତି ବୋଲି କହିଥିଲେ। ଏଣୁ ସେ କଣ୍ଟ୍ରାକ୍ଟରେ ନଥିବା ଜାଣିଛନ୍ତି ବୋଲି କହିଥିଲେ। ଏଣୁ ଯଦି ସେ ଅକ୍ଟୋବରରେ ଖେଳାଯାଇଥିବା ଟି-୨୦ରେ ଯଦି ଖେଳିଥାନ୍ତେ ଅଥବା ଆଗକୁ ହେବାକୁ ଯାଉଥିବା ଟି-୨୦ ୱାର୍ଲଡ କପ୍ ବା ଏସିଆକପ୍ ଟି-୨୦ ଖେଳନ୍ତି ତେବେ ସେ ପୁଣି ଆପେ ଆପେ କଣ୍ଟ୍ରାକ୍ଟକୁ ଫେରିଆସିପାରିବେ।

ତାଙ୍କୁ ମ୍ୟାଚ୍ ଅନୁସାରେ ଅର୍ଥ ବି ପ୍ରଦାନ କରାଯିବ ବୋଲି କହିଛି ବିସିସିଆଇ। ବିସିସିଆଇ କହିଛନ୍ତି ଯେ ୱାସିଂଟନ ସୁନ୍ଦର ୨୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତେବେ ୧୧ଟି ମ୍ୟାଚ୍ ଖେଳିବା ଲାଗି ସେ କଣ୍ଟ୍ରାକ୍ଟ କରିଥିଲେ। ସେହିପରି କଣ୍ଟ୍ରାକ୍ଟ ସହିତ ଖେଳାଳିଙ୍କର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ନୁହେଁ।  ବି ଗ୍ରେଡ କଣ୍ଟ୍ରାକ୍ଟ ଲାଗି କୌଣସି ଖେଳାଳିଙ୍କୁ ଅନୁନ୍ୟ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ ବୋଲି ବିସିସିଆଇ କହିଛନ୍ତି।

   Related Posts