Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଇସ୍ତଫା ଦେବେ BCCI ସିଇଓ ରାହୁଲ ଜୋହରୀ !

16/02/2020 at 10:41 AM

ମୁମ୍ବାଇ ୧୬।୦୨: ଇସ୍ତଫା ଦେଇପାରନ୍ତି ରାହୁଲ ଜୋହରୀ ।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପ୍ରମୁଖ କାର୍ଯ୍ୟକାରୀ ଅଧିକାରୀ (CEO) ପଦରୁ ଇସ୍ତଫା ଦେଇପାରନ୍ତି ରାହୁଲ ଜୋହରୀ । BCCIର ପ୍ରଥମ ପ୍ରମୁଖ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଜର ଦାୟିତ୍ବ ସମ୍ଭାଳୁଥିଲେ । କିନ୍ତୁ ହଠାତ୍ ତାଙ୍କ ଇସ୍ତଫା କଥା ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲଙ୍କ ଇସ୍ତଫା ନେଇ ବୋର୍ଡ  ଏବଂ ରାହୁଲଙ୍କ ପକ୍ଷରୁ କୌଣସି ପୃଷ୍ଟି କରାଯାଇନାହି ।

ସୂଚନାଯୋଗ୍ୟ ଯେ, ୨୦୧୬ରୁ ରାହୁଲ ଜୋହରୀ ବିସିସିଆର ପ୍ରଥମ ସିଇଓ ଭାବେ କାର୍ଯ୍ୟକରି ଆସୁଛନ୍ତି । ୨୦୧୬ରେ ଶଶାଙ୍କ ମନୋହର ଅଧ୍ୟକ୍ଷ ଥିବା ବେଳେ ରାହୁଲଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ତେବେ ଗତକିଛି ଦିନ ତଳେ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ହୋଇଥିବା ପ୍ରଶାସକ କମିଟି (CoA)ର କାର୍ଯ୍ୟ ସରିଯାଇଥିଲା । ଏବଂ ଏହା ପରେ ବିସିସିଆଇରେ ନୂତନ ଅଧ୍ୟକ୍ଷ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲା । ବୋର୍ଡରେ ମଧ୍ୟ ଅନ୍ୟ କିଛି ପଦାଧିକାରୀଙ୍କ ନିର୍ବାଚନ ହୋଇଥିଲା । ତେବେ ବୋର୍ଡରୁ CoAକୁ ହଟାଯିବା ନେଇ ଗତ କିଛି ଦିନ ହେଲା ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ସେ ମଧ୍ୟ ନିଜର ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ଆସୁଛି । ସେହିପରି ରାହୁଲ ଜୋହରୀଙ୍କ ଇସ୍ତଫା ନେଇ କୌଣସି ଆଧିକାରୀକ ବୟାନ ଆସିନାହିଁ ।

   Related Posts