ଟି-୨୦ ବିଶ୍ଵକପ ଭାରତରେ ହେବ କି ନାହିଁ ? ଆଇସିସିକୁ ଗୋଟିଏ ମାସର ସମୟ ମାଗିଲା ବିସିସିଆଇ

Published By : Prameya-News7 Bureau | May 29, 2021 IST

ମୁମ୍ବାଇ ୨୯।୦୫: ଆଇପିଏଲ ଓ ଟି-୨୦ ବିଶ୍ଵକପକୁ ନେଇ ଶନିବାର ବିସିସିଆଇର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୟୁଏଇରେ ଆଇପିଏଲ ୨୦୨୧ର ବଳକା ଆୟୋଜନକୁ ଏସଜିଏମ ମଞ୍ଜୁରୀ ଦେଇଛନ୍ତି। ହେଲେ ଟି-୨୦ ବିଶ୍ଵ କପ ଆୟୋଜନ ଉପରେ ଅନ୍ତିମ ନିଷ୍ପତ୍ତି ନେବା ପାଇଁ ବୋର୍ଡ ଆଇସିସିକୁ ଗୋଟିଏ ମାସର ମାଗିଛି ଯଦ୍ଵାରା ଭାରତରେ କରୋନା ମହାମାରୀର ସ୍ଥିତି ଆକଳନ କରାଯାଇ ପାରିବ।

ବିସିସିଆଇର ସାଧାରଣ ବୈଠକ ୫୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସମସ୍ତ ସଦସ୍ୟ ଦୁଇଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ମଞ୍ଜୁରୀ ଦେଇଛନ୍ତି। ବୈଠକରେ ଉପସ୍ଥିତ ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ଏସଜିଏମ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର-ଅକ୍ଟୋବରରେ କରିବାକୁ ମଞ୍ଜୁରୀ ଦେଇଛି। ଏହାର ତାରିଖ ଘୋଷଣା ପରେ କରାଯିବ ବୋଲି ଅଧିକାରୀ କହିଛନ୍ତି।

ସମସ୍ତ ସଦସ୍ୟ ଭାରତରେ ଟି-୨୦ ବିଶ୍ଵ କପ୍ ଆୟୋଜନ ହେଉ ବୋଲି ଚାହୁଁଛନ୍ତି। କିନ୍ତୁ ଏହା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ। ବିଶ୍ଵ କପ ଆୟୋଜନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଆଇସିସିକୁ ଗୋଟିଏ ମାସର ସମୟ ଦେବାକୁ ଅନୁରୋଧ କରିବ। ଏହି ସମୟରେ କରୋନା ସ୍ଥିତିର ଅନୁଧ୍ୟାନ କରାଯାଇ ଭାରତରେ ବିଶ୍ଵ କପ୍ ଆୟୋଜନ କରାଯାଇ ପାରିବ କି ନାହିଁ ତାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ସଦସ୍ୟ କହିଛନ୍ତି।

ଏକ ରାଜ୍ୟ ସଂଘର ବରିଷ୍ଠ ସଦସ୍ୟଙ୍କ ଅନୁଯାୟୀ, ଟିକସରୁ ରିହାତି ଦେବା ମାମଲା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇସିସି ଚାହୁଁଛି ଭାରତରେ ବିଶ୍ଵ କପ୍ ଆୟୋଜନ ହେଲେ ଏହା ଉପରୁ ଟିକସ ଛାଡ କରାଯାଉ। ହେଲେ ଆମକୁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡିବ। ଭାରତରେ ଟି-୨୦ ବିଶ୍ଵ କପ୍ ଆୟୋଜନ ହେଲେ ସବୁ ପକ୍ଷ ଲାଭବାନ ହେବେ ବୋଲି ସଦସ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.