ପୁନର୍ଗଠିତ ହେଲା BCCI ଙ୍କ CAC, ସାମିଲ ହେଲେ ମଦନଲାଲ, ରୁଦ୍ର ପ୍ରତାପ ଓ ସୁଲକ୍ଷଣା

Published By : Prameya-News7 Bureau | January 31, 2020 IST

ମୁମ୍ବାଇ ୩୧।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର କ୍ରିକେଟ୍ ଆଡଭାଜରୀ କମିଟି (ସିଏସି) ପୁନର୍ଗଠନ କରିଛନ୍ତି। ଖେଳାଳିଙ୍କ ଚୟନ କରୁଥିବା ସିଏସିରେ ୩ ଜଣଙ୍କୁ ସଦସ୍ୟ କରାଯାଇଛି। ଏଥିରେ ଭେଟେରାନ କ୍ରିକେଟର ମଦନ ଲାଲଙ୍କୁ ସ୍ଥାନ ମିଳିଥିବା ବେଳେ ରୁଦ୍ରପ୍ରତାପ ସିଂହ ଓ ସୁଲକ୍ଷଣା ନାଇକ୍ ମଧ୍ୟ ସିଏସି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଏହି ସମିତିର କାର୍ଯ୍ୟକାଳ ୧ ବର୍ଷ ରହିଛି।

{"id":218402,"sizeSlug":"large"}

ମଦନ ଲାଲ ଭାରତ ଲାଗି ୩୯ ଟେଷ୍ଟ ଓ ୬୭ଟି ୱାନଡେ ମ୍ୟାଚ୍ ଖେଳିଛନ୍ତି। ସେ ୧୯୮୩ରେ ବିଶ୍ୱକପ୍ ଜିତିଥିବା ଟିମ୍ ଇଣ୍ଡିଆର ସଦସ୍ୟ ବି ଥିଲେ। କ୍ରିକେଟରୁ ଅବସର ପରେ ସେ ଜାତୀୟ ଟିମର କୋଚ୍  ଦାୟିତ୍ୱରେ ଥିଲେ। ଏହା ଛଡା ଅତୀତରେ ଚୟନ ସମିତିର ସଦସ୍ୟ ରହିଥିବାର ବି ତାଙ୍କର ଅଭିଜ୍ଞତା ରହିଛି।

{"id":218403,"sizeSlug":"large"}

ସେହିଭଳି ରୁଦ୍ରପ୍ରତାପ ସିଂ ୧୪ ଟେଷ୍ଟ, ୫୮ ୱାନଡେ ଓ ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୭ରେ ପ୍ରଥମ ଟି-୨୦ ୱାର୍ଲଡ କପ୍ ବିଜେତା ଟିମର ସେ ସଦସ୍ୟ ଥିଲେ। ସୁଲକ୍ଷଣା ଦୀର୍ଘ ୧୧ ବର୍ଷ ବ୍ୟାପୀ ତାଙ୍କ କ୍ରିକେଟ କ୍ୟାରିୟରରେ ୨ଟି ଟେଷ୍ଟ ୪୬ ୱାନଡେ ଓ ୩୧ଟି ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.