Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଲାଗି ଇଣ୍ଡିଆ ଟିମ୍ ଘୋଷଣା, ବିଦା ହେଲେ କେ.ଏଲ.ରାହୁଲ

12/09/2019 at 5:16 PM

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଲାଗି ଗୁରୁବାର ଇଣ୍ଡିଆ ଟିମର ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଅକ୍ଟୋବର ୨ରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ମ୍ୟାଚ୍ ର ଟେଷ୍ଟ ସିରିଜ୍ ଖେଳିବ। ଏଥିଲାଗି ପ୍ରଥମ ମ୍ୟାଚ୍ ଟି ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୦ ତାରିଖ ଦିନ ପୁଣେରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ମ୍ୟାଚ୍ ଟି ୧୯ ତାରିଖ ଦିନ ରାଞ୍ଚିରେ ଖେଳାଯିବ।

ଏହି ଟେଷ୍ଟ ସିରିଜରୁ ଲୋକେଶ ରାହୁଲଙ୍କୁ ଟିମ୍ ରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। ରୋହିତ ଶର୍ମାଙ୍କୁ ଟିମ୍ ରେ ସାମିଲ କରାଯାଇଥିବା ବେଳେ ସେ ମୟଙ୍କଅଗ୍ରୱାଲଙ୍କ ସହ ଓପ୍ନିଙ୍ଗ ବ୍ୟାଟିଂ କରିବେ। ଶୁଭମନ ଗୀଲଙ୍କୁ ପ୍ରଥମ ଥର ଟେଷ୍ଟ ଟିମରେ ସାମିଲ କରାଯାଇଥିବା ବେଳେ ୱିକେଟ୍ କିପର ଭାବେ ଋଷଭ ପନ୍ଥ ଓ ରିଦ୍ଧିମାନ ଶାହ ଟିମରେ ସାମିଲ ହୋଇଛନ୍ତି। ତେବେ ଗତ ସିରିଜରେ ଲଗାତାର ଲୋକେଶ ରାହୁଲ ଖରାପ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ଟିମରୁ ବାହାରେ ରଖା ଯାଇଛି।

ଟିମ୍ ରେ ସ୍ପିନର ଭାରେ ଆର.ଅଶ୍ୱୀନ, ରବୀନ୍ଦ୍ର ଜଡେଜା ଓ କୁଲଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇଛି। ସେହିପରି ଦ୍ରୁତ ବୋଲର ଭାବେ ମହମ୍ମଦ ସମ୍ମି, ଜଶପ୍ରୀତ ବୁମରାହ ଓ ଇଶାନ୍ତ ଶର୍ମାଙ୍କୁ ଦଳରେ ନିଆଯାଇଛି। ଅଲରାଉଣ୍ଡର ଭାବେ ହନୁମା ବିହାରୀ ଓ ରବିନ୍ଦ୍ର ଜଡେଜା ଖେଳିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମ୍ପୂର୍ଣ୍ଣ ଭାରତୀୟ ଟିମ୍
ବିରାଟ କୋହଲି (କ୍ୟାପ୍ଟେନ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରହାଣେ, ହନୁମା ବିହାରୀ, ଋଷଭ ପନ୍ଥ, ରିଦ୍ଧିମାନ ଶାହ, ଆର.ଅଶ୍ୱୀନ, ରବିନ୍ଦ୍ର ଜଡେଜା, କୁଲଦୀପ ଯାଦବ, ମହମ୍ମଦ ସମି, ଜଶପ୍ରୀତ ବୁମରାହ,ଇଶାନ୍ତ ଶର୍ମା ଓ ଶୁଭମନ ଗୀଲ

   Related Posts