Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଘରୋଇ ସିଜିନର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ, ଏହି ତାରିଖରୁ ଆରମ୍ଭ ହେବ ରଣଜୀ ଟ୍ରଫି

3/07/2021 at 5:42 PM

ନୂଆଦିଲ୍ଲୀ ୦୩।୦୭:  ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆଗାମୀ ୨୦୨୧-୨୨ ସିଜିନ ପାଇଁ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୧-୨୨ର ଘରୋଇ ସିଜିନ ସେପ୍ଟେମ୍ବର ୨୧ରୁ ସିନିୟର ମହିଳା ଦିନିକିଆ ଲିଗ୍‌ରୁ ଆରମ୍ଭ ହେବ। ଏହା ପରେ ଅକ୍ଟୋବର ୨୭ରୁ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ସୈୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ ଅକ୍ଟୋବର ୨୦ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୨ରେ ଖେଳାଯିବ।

ଘରୋଇ ସିଜିନର ପ୍ରତିଷ୍ଠିତ ରଣଜୀ ଟ୍ରଫି ଗତ ବର୍ଷ କରୋନା କାରଣରୁ ରଦ୍ଦ କରାଯାଇଥିଲା। ହେଲେ ଚଳିତ ବର୍ଷ ରଣଜୀ ଟ୍ରଫି ନଭେମ୍ବର ୧୬ରୁ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ ଚାଲିବ। ଏହା ପରେ ବିଜୟ ହଜାରେ ଟ୍ରଫି ୨୦୨୨ ଫେବୃଆରୀ ୨୩ରୁ ମାର୍ଚ୍ଚ ୨୬ ଯାଏଁ ଖେଳାଯିବ। ଏହି ସିଜିନରେ ପୁରୁଷ ଓ  ମହିଳା ବର୍ଗରେ ବିଭିନ୍ନ ବର୍ଗରେ ମୋଟ୍ ୨୧୨୭ ଘରୋଇ ମ୍ୟାଚ୍ ଖେଳାଯିବ।

ବିସିସିଆଇ ଖେଳାଳିଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ସହିତ ଘରୋଇ ସିଜିନର ସଫଳ ଆୟୋଜନ ନେଇ ଆଶାବାଦୀ ରହିଛି। କୋଭିଡ୍-୧୯ କାରଣରୁ ଗତ ସିଜିନରେ କେବଳ ବିଜୟ ହଜାରେ ଟ୍ରଫି ଓ ସୈୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ହୋଇ ପାରିଥିଲା। ଏହା ପରେ ବୋର୍ଡ ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ତିନି ଫର୍ମାଟର ସିରିଜ୍ ସଫଳତାପୂର୍ବକ ଆୟୋଜନ କରିଥିଲା। ମାତ୍ର ଏହା ପରେ ପୁଣି ଥରେ ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଥିଲା।

ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଏବଂ କଡା ଜୈବ ନିରାପତ୍ତା ବଳୟ ମଧ୍ୟରେ ଆଇପିଏଲ ୨୦୨୧ ଖେଳାଯାଇଥିଲା। ହେଲେ ଟୁର୍ଣ୍ଣାମେଣ୍ଟ ଅଧାରେ ଅନେକ ଖେଳାଳି ଓ କର୍ମଚାରୀ କରାେନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ଅଧାରେ ରଦ୍ଦ କରିବାକୁ ପଡିଥିଲା। ଏବେ ଏହାର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ। ସେହି ପରି କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶେଷ ଆଡକୁ ଭାରତରେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌କୁ ୟୁଏଇ ଓ ଓମାନ ସ୍ଥାନାନ୍ତର କରିବାକୁ ପଡିଛି।

   Related Posts