ଟିମ୍‌ ଇଣ୍ଡିଆ ଖେଳାଳିଙ୍କ କଣ୍ଟ୍ରାକ୍ଟ ଲିଷ୍ଟ ଜାରି, ୭ କୋଟି ଟଙ୍କା ଗ୍ରେଡରେ ଏହି ୩ କ୍ରିକେଟର ସାମିଲ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୪: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ଖେଳାଳିମାନଙ୍କର କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି। ଏହା ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି କରାଯାଇଛି। ବିସିସିଆଇର ଏହି ଲିଷ୍ଟରେ ୨୮ ଖେଳାଳିଙ୍କୁ ସ୍ଥାନ ମିଳିଛି। ସବୁ ଥର ଭଳି ଏଥର ବିସିସିଆଇ ଖେଳାଳିଙ୍କୁ ୪ଟି ଗ୍ରେଡ୍‌ରେ ଭାଗ କରିଛି। ଗ୍ରେଡ୍‌ A+, ଗ୍ରେଡ୍‌ A, ଗ୍ରେଡ୍‌ B, ଏବଂ ଗ୍ରେଡ୍‌ Cରେ ଖେଳାଳିଙ୍କୁ ବିଭକ୍ତ କରିଛି ବିସିସିଆଇ।

ଗ୍ରେଡ୍‌ ଏ ପ୍ଲସ୍‌ରେ ୩ ଜଣ ଖେଳାଳି ଅଛନ୍ତି। ଟିମର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ପୂର୍ବରୁ ଏହି ୩ ଖେଳାଳି ଏ ପ୍ଲସ୍‌ ଗ୍ରେଡ୍‌ରେ ଥିଲେ। ଗ୍ରେଡ୍‌ ଏ’ରେ ୧୦ ଖେଳାଳି ସାମିଲ ଅଛନ୍ତି, ସେମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ଲେଖାଏଁ ମିଳିବ । ଏହି ଲିଷ୍ଟରେ ଆର ଅଶ୍ବିନ୍‌, ରବିନ୍ଦ୍ର ଜାଡେଜା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର ଧାଓ୍ବନ, କେଏଲ ରାହୁଲ, ମୋ. ସାମୀ, ଇଶାନ୍ତ ଶର୍ମା, ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।

wp:embed {"url":"https://twitter.com/BCCI/status/1382709300380921858","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1382709300380921858
/wp:embed

ଗ୍ରେଡ ବିରେ ସାମିଲ ଥିବା ଖେଳାଳିଙ୍କୁ ବାର୍ଷିକ ୩ କୋଟି ଟଙ୍କା ମିଳିବ। ଏହି ଲିଷ୍ଟରେ ଉମେଶ ଯାଦବ, ଋଦ୍ଧିମାନ ସାହା, ଭୁବେନଶ୍ବର କୁମାର, ଶର୍ଦ୍ଦୁଳ ଠାକୁର, ଏବଂ ମୟଙ୍କ ଅଗ୍ରଓ୍ବାଲ ସ୍ଥାନ ପାଇଛନ୍ତି। ଗ୍ରେଡ୍‌ ସିରେ ୧୦ ଖେଳାଳି ସ୍ଥାନ ପାଇଥିବା ବେଳେ ଏମାନଙ୍କୁ କୋଟିଏ ଟଙ୍କା ଲେଖାଏଁ ବାର୍ଷିକ ମିଳିବ। ଏହି ଲିଷ୍ଟରେ- କୁଳଦୀପ ଯାଦବ, ନବଦୀପ ସାଇନି, ଦୀପକ ଚହର, ଶୁଭମନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଆୟାର, ଓ୍ବାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଏବଂ ମୋ. ସିରାଜ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.