ଧାର୍ଯ୍ୟ ହେଲା ଭାରତୀୟ କ୍ରିକେଟ ଖେଳାଳିଙ୍କ ନୂଆ ଦରମା , ଧୋନୀଙ୍କଠୁ ଅଧିକା ଏହି ଜୁନିଅର କ୍ରିକେଟରଙ୍କ ଦରମା

Published By : Prameya-News7 Bureau | April 20, 2019 IST

wp:heading {"level":5}
ଭାରତୀୟ କ୍ରିକେଟ ଟିମ୍‌ର ସବୁ ଖେଳାଳିଙ୍କ ନୂଆ ଦରମା ବିସିସିଆଇ ଦ୍ବାରା ଧାର୍ଯ୍ୟ କରାଯାଇଛି। ଏହି ଦରମା ଭାରତୀୟ ଖେଳାଳିଙ୍କ ରିଟେନ ଫିସ୍‌, ଏହା ବ୍ୟତିତ ଭାରତୀୟ ଟିମ୍‌ର ପ୍ରତ୍ୟେକ ଖେଳାଳିକୁ ପ୍ରତି ମ୍ୟାଚର ଫିସ ମଧ୍ୟ ଦିଆଯାଏ। ପ୍ରତି ଟେଷ୍ଟ ମ୍ୟାଚ୍‌ ପାଇଁ ୧୫ ଲକ୍ଷ ଟଙ୍କା ଓ ପ୍ରତି ୱାନଡେ ମ୍ୟାଚ୍‌ ପାଇଁ ୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ବିସିସିଆଇ ଦ୍ବାରା ଭାରତୀୟ ଟିମର ଖେଳାଳିଙ୍କୁ ପ୍ରଦର୍ଶନ ଆଧାରରେ ୪ଟି ଶ୍ରେଣୀରେ ଭାଗ କରା ଯାଇଛି।
/wp:heading {"id":105220,"width":587,"height":391}
wp:heading {"level":5}
୧- ଏହି ଶ୍ରେଣୀକୁ ଏ ପ୍ଲସ କୁହାଯାଏ। ଗତ ବର୍ଷ ଏହି ଶ୍ରେଣୀରେ ଭୁବନେଶ୍ୱର କୁମାର ଓ ଶିଖର ଧୱନ ସାମିଲ ହୋଇଥିଲେ। କିନ୍ତୁ ଏଥର ଏହି ଶ୍ରେଣୀରେ କେବଳ ବିରାଟ କୋହଲୀ, ରୋହିତ ଶର୍ମା, ଓ ଜସପ୍ରିତ ବୁମରାହଙ୍କୁ ସାମିଲ କରାଯାଇଛି। ଏହି ଖେଳାଳିଙ୍କୁ ୭ କୋଟି ଟଙ୍କା ଦରମା ଦିଆଯିବ।
/wp:heading {"id":105221}
wp:heading {"level":5}
୨- ଗ୍ରେଡ ଏ ଶ୍ରେଣୀର ଖେଳାଳିଙ୍କୁ ପ୍ରତି ବର୍ଷ ୫ କୋଟି ଟଙ୍କା ଦରମା ଦିଆଯାଏ। ଏହି ଲିଷ୍ଟରେ ରବିଚନ୍ଦ୍ରନ ଅଶ୍ବୀନ, ରବୀନ୍ଦ୍ର ଜଡେଯା, ଭୁବନେଶ୍ୱର କୁମାର, ମହେନ୍ଦ୍ର ସିଂହ ଧୋନି, ଚେତେଶ୍ୱର ପୁଜାରା, ଅଜିଂକ୍ୟ ରହାଣେ, ଋଷଭ ପନ୍ତ, ଶିଖର ଧୱନ, ଇଶାନ୍ତ ଶର୍ମା, କୁଲଦୀପ ଯାଦବଙ୍କ ନାଁ ରହିଛି।
/wp:heading {"id":105223}
wp:heading {"level":5}
୩- ଗ୍ରେଡ ବି ଶ୍ରେଣୀର ଖେଳାଳିଙ୍କୁ ପ୍ରତି ବର୍ଷ ୩ କୋଟି ଟଙ୍କା ଦରମା ଦିଆଯାଏ। ଏହି ଲିଷ୍ଟରେ ୟୁଜବେନ୍ଦ୍ର ଚହଲ, ଲୋକେଶ ରାହୁଲ, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡିଆଙ୍କ ନାଁ ରହିଛି।
/wp:heading wp:heading {"level":5}
୪- ଗ୍ରେଡ ସି ଶ୍ରେଣୀର ଖେଳାଳିଙ୍କୁ ପ୍ରତି ବର୍ଷ ୧ କୋଟି ଟଙ୍କା ଦରମା ଦିଆଯାଏ। ଏହି ଲିଷ୍ଟରେ ଅବାନ୍ତି ରାୟଡୁ, ଦିନେଶ କାର୍ତ୍ତିକ, ଖଲିଲ ଅହମଦ, ହନୁମା ବିହାରି, ରିଦ୍ଧିମାନ ସାହା, ମନିଷ ପାଣ୍ଡେଙ୍କ ନାଁ ସାମିଲ ଅଛି। ଏହି ଲିଷ୍ଟରେ କେଦାର ଯାଦବଙ୍କ ନାଁ ମଧ୍ୟ ଅଛି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.