Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବିସିସିଆଇଙ୍କ ୨୦୧୯-୨୦ ଘରୋଇ ସିଜିନ ଘୋଷଣା, ବାରବାଟୀକୁ ମିଳିଲା ଅନ୍ତର୍ଜାତୀୟ ଏକଦିବସୀୟ, ଡିସେମ୍ବର ୨୨ରେ ୱେଷ୍ଟଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ

3/06/2019 at 10:52 PM

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଆଗାମୀ ୨୦୧୯-୨୦ ଘରୋଇ ସିଜିନର ଘୋଷଣା କରିଛନ୍ତି। ଚଳିତବର୍ଷ ଏହି ସିଜନରେ ମୋଟ ୨୬ଟି ମ୍ୟାଚ୍ ଖେଳାଯିବ। ଯେଉଁଥିରେ ୫ଟି ଟେଷ୍ଟ ସମେତ ୯ଟି ୱାନଡେ ଓ ୧୨ଟି ଟି-୨୦ ମ୍ୟାଚ୍ ରହିଛି ।  ବିସିସିଆଇର ଟୁର ଏବଂ କାର୍ଯ୍ୟକ୍ରମ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ। ତାଙ୍କ ସୂଚନା ଅନୁସାରେ ଭାରତର ଘରୋଇ ସିଜିନ ଫ୍ରିଡମ ଟ୍ରଫିରୁ ଆରମ୍ଭ ହେବ। ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ଟ୍ରଫି ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨୩ ମଧ୍ୟରେ ଅନୁଷ୍ଠିତ ହେବ।

ଏହା ପରେ ନଭେମ୍ବରରେ ବାଂଲାଦେଶ ଟିମ ଭାରତ ଗସ୍ତରେ ଆସିବେ। ଆୟୋଜକ ଭାରତ ସହ ବାଂଲାଦେଶ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-୨୦ ମ୍ୟାଚ୍ ଗୁଡିକ ଯଥାକ୍ରମେ ଦିଲ୍ଲୀ, ରାଜକୋଟ ଓ ନାଗପୁରରେ ଖେଳାଯିବ। ସେହିପରି ଟେଷ୍ଟମ୍ୟାଚ୍ ଇନ୍ଦୋର ଓ ନାଗପୁରରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଚୌଧୁରୀ। ସେହିପରି ୨୦୧୯ ଶେଷ ମାସ ଅର୍ଥାତ ଡିସେମ୍ବରରେ ଭାରତ ଗସ୍ତ କରିବ ୱେଷ୍ଟଇଣ୍ଡିଜ୍ ଟିମ୍। ଏହି ଗସ୍ତକାଳରେ ୱେଷ୍ଟଇଣ୍ଡିଜ୍ ଭାରତ ସହ ୩ଟି ଟି-୨୦ ଓ ୩ଟି ୱାନଡେ ସିରିଜ ଖେଳିବ। ଏଥିରୁ ଗୋଟିଏ ଟି-୨୦ ଇଣ୍ଟରନ୍ୟାସନାଲ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ଅନ୍ୟ ଦୁଇଟି ଯଥାକ୍ରମେ ତିରୁଅବନ୍ତୀପୁରମ ଓ ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ତେବେ ଡିସେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ୱାନଡେ ସିରିଜ ଖେଳାଯିବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍ ଚେନ୍ନାଇ, ଦ୍ବିତୀୟ ମ୍ୟାଚ୍ ୱାଇଜାକ୍ ଓ ତୃତୀୟ ମ୍ୟାଚ୍ ଟି ଡିସେମ୍ବର ୨୨ ତାରିଖରେ କଟକର ବାରବାଟୀରେ ଖେଳାଯିବ।

ଜାନୁୟାରୀ ୨୦୨୦ରେ ଇଣ୍ଡିଆ ଟୁର କରିବ ଜିମ୍ବାୱେ ଟିମ୍ । ୫ରୁ ୧୦ ଜାନୁୟାରୀ ପର୍ଯ୍ୟନ୍ତ ଗୌହାଟୀ, ଇନ୍ଦୋର ଓ ପୁଣେରେ ଭାରତ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ଖେଳିବେ ଭ୍ରମଣକାରୀ ଦଳ। ଏହା ପଛକୁ  ଜାନୁୟାରୀ ୧୪ରୁ ଆରମ୍ଭ ହେବ ଅଷ୍ଟ୍ରେଲିଆ ଟିମର ଇଣ୍ଡିଆ ଟୁର। ଏହି ଗସ୍ତକାଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଆୟୋଜକ ଭାରତ ସହ ୩ଟି ୱାନଡେ ଖେଳିବେ। ୧୪ ଜାନୁୟାରୀ ପ୍ରଥମ ଏକଦିବାସୀୟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁୟାରୀ ୧୭ ତାରିଖରେ ରାଜକୋଟରେ ଅନୁଷ୍ଠିତ ହେବ ଦ୍ବିତୀୟ ଏକଦିବସୀୟ ମ୍ୟାଚ୍। ତୃତୀୟ ଏକଦିବସୀୟ ମ୍ୟାଚ୍ ଟି ଜାନୁୟାରୀ ୧୯ ତାରିଖ ଦିନ ବେଂଗାଲୁରୁରେ ଖେଳାଯିବ।

ସେହିପରି  ଘରୋଇ ସିଜିନର ଶେଷ ଟୁର୍ଣ୍ଣାମେଣ୍ଟ ସାଉଥ ଆଫ୍ରିକା ବିରୋଧରେ ଖେଳିବ ଭାରତ। ୧୨ ମାର୍ଚ୍ଚ୨୦୨୦ରେ ଧର୍ମଶାଳାରୁ ଆରମ୍ଭ ହେବ ପ୍ରଥମ ଏକଦିବସୀୟ ମ୍ୟାଚ୍। ଦ୍ବିତୀୟ ଏକଦିବସୀୟ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ବେଳେ ୧୮ ତାରିଖ ଦିନ ତୃତୀୟ ଏକଦିବସୀୟ କୋଲକାତାରେ ଖେଳାଯିବ ବୋଲି ଚୌଧୁରି କହିଛନ୍ତି।

   Related Posts