Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

IPLର ଅବଶିଷ୍ଟ ମ୍ୟାଚରେ କରୋନା ଭୟ : ୬ ଭାରତୀୟ ଖେଳାଳିଙ୍କ ଉପରେ ବିସିସିଆଇର କଡା ନଜର

11/09/2021 at 3:20 PM

ନୂଆଦିଲ୍ଲୀ ୧୧/୦୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ମ ଟେଷ୍ଟ ବାତିଲ ହୋଇଯିବା ପ​‌ରେ ଏହା କେବେ ହେବ ସେ ନେଇ କୌଣସି ରାସ୍ତା ବାହାରି ପାରିନାହିଁ । ଟିମ୍ ଇଣ୍ଡିଆର ଏକାଧିକ ସହଯୋଗୀ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ବାତିଲ ହୋଇଯାଇଥିଲା । ତେବେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ହେବାକୁ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌​‌ରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି ।

ଭାରତୀୟ ଦଳରେ ଏକାଧିକ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବାପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି । ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ସହଯୋଗୀ ଫିଜିଓ ଯୋଗେଶ ପରମାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କ ପୂର୍ବରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ମୁଖ୍ୟ ଫିଜିଓ ଏବଂ ଅନ୍ୟ ୨ ଜଣ ସହଯୋଗୀ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ସହଯୋଗୀ ଫିଜିଓ ଯୋଗେଶ ପରମାରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଖେଳାଳିଙ୍କ ଉପରେ ନଜର ରଖିଛନ୍ତି ବିସିସିଆଇ ଏବଂ ଆଇପିଏଲ ଫ୍ରାଞ୍ଚାଇଜ୍‌ । ଯୋଗେଶ ପରମାର ଟିମ ଖେଳାଳି ରୋହିତ ଶର୍ମା, ମହମ୍ମଦ ସାମୀ, ଚେତେଶ୍ବର ପୁଜାରା, ଇଶାନ୍ତ ଶର୍ମା, ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିବା ପରେ ଏମାନଙ୍କ ଉପରେ କଡା ନଜର ରଖାଯାଇଛି ।

ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ରବି ଶାସ୍ତ୍ରୀଙ୍କ ବୁକ୍‌ ଲଞ୍ଚ୍‌ ସେରିମନୀରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଳମହମ୍ମଦ ସିରାଜ ମଧ୍ୟ ସାମିଲ ଥିଲେ । ସେହିପରି ଶେଷ ଟେଷ୍ଟ ରଦ୍ଦ କରିବା ପାଇଁ ପ୍ରସ୍ତାବ ରଖିଥିଲେ ରୋହିତ ଶର୍ମା । ଏହା ସହିତ ରୋହିତଙ୍କ ହେମଷ୍ଟ୍ରିଙ୍ଗ୍‌ ଚିକିତ୍ସା କରିଥିଲେ ଯୋଗେଶ ପରମାର । ସେଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ କଡା ନଜର ରଖାଯାଇଛି  ।

ଆଉ ମାତ୍ର କିଛିଦିନ ପ​‌ରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ହେବାକୁ ଥିବାରୁ ଖେଳାଳୀମାନଙ୍କୁ ଅତିକମରେ ୬ ଦିନ ହୋମ୍‌ ଆଇସୋଲେସନରେ ରହିବାକୁ ହେବ । ଏହା ସହିତ ୟୁଏଇରେ ଅବଶିଷ୍ଟ ମ୍ୟାଚ ଖେଳାଯିବାକୁ ଥିବାରୁ ଖେଳାଳିମାନଙ୍କୁ କଡା ବାୟୋ ବବଲରେ ରଖାଯିବ । ତେବେ ଯଦି କୌଣସି ଖେଳାଳି ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ଏହାର ପ୍ରଭାବ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଉପରେ ମଧ୍ୟ ପଡିବ । କାରଣ ପୂର୍ବରୁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରୁ ଆଇପିଏଲକୁ ବାତିଲ କରିଦିଆଯାଇଥିଲା । ସେଥିପାଇଁ ଭାରତୀୟ ଖେଳାଳିମାନଙ୍କ ଉପରେ କଡା ନଜର ରଖାଯାଇଛି ।

   Related Posts