Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିରାଟଙ୍କ ଅନୁରୋଧ ମାନିଲା ବିସିସିଆଇ : ବିଦେଶକୁ ଖେଳିବାକୁ ଯିବା ସମୟରେ ପୁରା ସମୟ ପତ୍ନୀଙ୍କୁ ପାଖରେ ରଖିପାରିବେ ଖେଳାଳୀ

17/10/2018 at 4:43 PM

ନୂଆଦିଲ୍ଲୀ ୧୭।୧୦: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରାଟ କୋହଲିଙ୍କ ଅନୁରୋଧକୁ ମାନିନେଇଛି । ଦୁଇ ସପ୍ତାହ ବଦଳରେ ପୁରା ବିଦେଶ ଗସ୍ତ ସମୟରେ ପତ୍ନୀଙ୍କୁ ସାଙ୍ଗରେ ରହିବା ଲାଗି ଅନୁମତି ଦେବାପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ । ତେବେ ବିସିସିଆଇ ସେଥିରେ କିଛି ସଂଶୋଧନ କରି ନିଷ୍ପତ୍ତି ନେଇଛି । ବିସିସିଆଇର ପ୍ରଶାସକ ସମିତି (ସିଓଏ)ର ନିଷ୍ପତ୍ତି ଅନୁସାରେ କ୍ରିକେଟ୍ ଖେଳାଳୀଙ୍କ ପତ୍ନୀ ଏବଂ ପ୍ରେମିକା ଗସ୍ତ ସମୟ ଆରମ୍ଭ ହେବାର ୧୦ଦିନ ପରେ ତାଙ୍କ ସହ ରହିପାରିବେ ।

ବିଦେଶରେ କ୍ରିକେଟ୍ ଖେଳିବାକୁ ଯାଇଥିବା ଖେଳାଳୀମାନଙ୍କୁ ମାତ୍ର ଦୁଇ ସପ୍ତାହ ପତ୍ନୀଙ୍କୁ ସାଙ୍ଗରେ ରଖିବାର ଅନୁମତି ଥିଲା । କାରଣ ପରିବାରଠାରୁ ଦୂରେଇ ରହିଲେ ଖେଳାଳୀମାନେ ଖେଳ ଉପରେ ବେଶୀ ଧ୍ୟାନ ଦେଇପାରିବେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ସିଓଏ କହିଛି ଯେ, ବିଦେଶ ଗସ୍ତରେ ଖେଳାଳୀମାନଙ୍କ ସହ ସେମାନଙ୍କ ପତ୍ନୀ ଅଥବା ପ୍ରେମିକା ରହିଲେ କିଛି ଅସୁବିଧା ହେବନାହିଁ । ଗସ୍ତ ଆରମ୍ଭ ହେବାର ୧୦ଦିନ ପରେ ହିଁ ପତ୍ନୀ ଅଥବା ପ୍ରେମିକାମାନେ ଖେଳାଳୀମାନଙ୍କ ସହ ରହିପାରିବେ । ବିଦେଶ ଗସ୍ତ ସମୟରେ ଲମ୍ବା ସମୟ ଧରି ଖେଳାଳୀମାନେ ଘରଠାରୁ ଦୂରରେ ରୁହନ୍ତି । ଯଦି ସେହି ସମୟରେ ତାଙ୍କ ସହ ପତ୍ନୀ ଅଥବା ପ୍ରେମିକା ରହିବେ ତେବେ ଖେଳାଳୀମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ । ଏ ସଂପର୍କରେ ସିଓଏ ହାଇଦ୍ରାବାଦରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଆରମ୍ଭ ପୂର୍ବରୁ ବିରାଟ କୋହଲି, କୋଚ୍ ରବି ଶାସ୍ତ୍ରୀ ଏବଂ ରୋହିତ ଶର୍ମାଙ୍କ ସହ ଆଲୋଚନା କରିଥିଲା ।

୨୦୧୫ ମସିହାରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ତତ୍କାଳୀନ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେମ୍ସ ସଦରଲ୍ୟାଣ୍ଡ ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲେ । ସେତେବେଳେ ତାଙ୍କର ଏହି ନିଷ୍ପତ୍ତି ସଂପର୍କରେ ବହୁତ ଆଲୋଚନା ହୋଇଥିଲା ।

ସେହି ବର୍ଷ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଥିଲା । ଅଷ୍ଟ୍ରେଲିଆର ଖରାପ ପ୍ରଦର୍ଶନ ପାଇଁ ଖେଳାଳୀଙ୍କ ସହ ତାଙ୍କ ପତ୍ନୀ ଅଥବା ପ୍ରେମିକା ରହିବାକୁ ଦାୟୀ କରାଗଲା। ଯଦିଓ ୨୦୧୭/୧୮ରେ ଅଷ୍ଟ୍ରେଲିଆ ୪-୦ରେ ସିରିଜ୍ ଜିତିଥିଲା ।

୨୦୦୭ରେ ୫-୦ରେ ସିରିଜ୍ ହାରିବା ପରେ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ ଏକ ସ୍ବତନ୍ତ୍ର ଅଡିଟରଙ୍କୁ ନିଯୁକ୍ତ କଲା । ଅଡିଟର ଖେଳାଳୀମାନଙ୍କ ପତ୍ନୀ ଅଥବା ପ୍ରେମିକାଙ୍କୁ ଟିମ୍ ର ଖରାପ ପ୍ରଦର୍ଶନ ପାଇଁ ଦାୟୀ କଲା । ଏହାକୁ ପୂର୍ବତନ ଇଂଲଣ୍ଡ କ୍ରିକେଟର କେବିନ ପିଟରସନ ଅଳିଆ ବୋଲି କହିଥିଲେ ।

   Related Posts