ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା, ସ୍ବତନ୍ତ୍ର କୋର୍ଟରେ ଜାମିନ ଆବେଦନ ଖାରଜ, ଜେଲକୁ ଗଲେ ମହାରଥୀ

Published By : Prameya-News7 Bureau | April 22, 2019 IST

ଭୁବନେଶ୍ବର ୨୨/୪ : ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପିପିଲି ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଜେଲକୁ ଯାଇଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟ ମହାରଥୀଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରିଦେଇଥିବା ବେଳେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୪ ତାରିଖରେ ହେବ।

{"id":106223}

ମାଜିଷ୍ଟ୍ରଟଙ୍କୁ ମାଡ ମାମଲାରେ ପିପିଲି ଥାନା ପୋଲିସ ମହାରଥୀଙ୍କୁ ଆଜି ଅପରାହ୍ଣରେ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ପ୍ରଥମେ ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ବେଳେ ମହାରଥୀ ଅଚାନକ ଅସୁସ୍ଥ ହୋଇପଡିଥିଲେ। ତେବେ କୋର୍ଟ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟକୁ ଫରଓ୍ବାର୍ଡ କରିଦେଇଥିଲେ। ସଂନ୍ଧ୍ୟାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ବେଳେ ଅଦାଲତ ତାଙ୍କର ଜାମିନ ଆବେଦନ ଖାରଜ କରିଦେବା ସହ ଝାରପଡା ଜେଲକୁ ପଠାଇଦେଇଛନ୍ତି।

{"id":106224}

ମହାରଥୀ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ ଓ୍ବାର୍ଡରେ ରଖି ଚିକିତ୍ସା କରାଯିବ ବୋଲି କହିଛନ୍ତି କୋର୍ଟ। ତେବେ ଯଦି ଆବଶ୍ୟକ ପଡେ ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲସ୍ଥାନାନ୍ତରଣ କରାଯାଇପାରେ।

ଗତକାଲି ସନ୍ଧ୍ୟାରେ ମହାରଥୀଙ୍କ ଫାର୍ମ ହାଉସରେ ଭୋଜି ଭାତ ଚାଲିଥିବାବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ଉ କରିଥିଲା | ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉକୁ ମହାରଥୀଙ୍କ ସମର୍ଥକମାନେ  ବିରୋଧ କରିବା ସହ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ କରିଥିଲେ | ଏଥିରେ ମାଜିଷ୍ଟ୍ରେଟ ଗୁରୁତର ଆହତ ହୋଇଥିବା ବେଳେ  ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଆଜି ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଥିଲେ | ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ଏବଂ ଜନପ୍ରତିନିଧି ଆଇନର ୧୭୨, ୧୭୪, ୧୮୬ , ୨୩, ୧୭୧(ବି)ରେ ପୋଲିସ ମୋକଦ୍ଦମା ରୁଜୁକରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.