ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ୍ : ମର୍ଣ୍ଣିଂୱାର୍କରେ ଯାଉଥିବା ବରିଷ୍ଠ ନାଗରିକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟୁଛନ୍ତି

Published By : Prameya-News7 Bureau | May 20, 2019 IST

ଭୁବନେଶ୍ୱର ୨୦/୫ : ଲୁଟେରାଙ୍କ ଆତଙ୍କ ରାଜ । ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଲୁଟେରା । ଶନିବାର ରାଜଧାନୀର ବିଭିନ୍ନ ଓଭର ବ୍ରିଜ୍  ଉପରୁ ଲୁଟପାଟ କରିଥିବା ବେଳେ ରବିବାର ପୁରୀ ବାଇପାସ୍  ରାସ୍ତାରେ ସ୍ପାଇଡର ମ୍ୟାନ ମୁଖା ପିନ୍ଧି ଲୁଟିଛନ୍ତି ୫ ଲୁଟେରା । ମର୍ଣ୍ଣିଂୱାର୍କରେ ଯାଉଥିବା ବରିଷ୍ଠ ନାଗରିକମାନଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିଛନ୍ତି । ଅବସରପ୍ରାପ୍ତ ସେନା ଅଧିକାରୀ ଓ ପୋଲିସ ଅଧିକାରୀ ମଧ୍ୟ ଲୁଟେରାଙ୍କ କବଳରୁ ବର୍ତ୍ତି ପାରି ନାହାଁନ୍ତି ।

ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ ଲୁଟର ଶିକାର ହୋଇଛନ୍ତି । ସମସ୍ତ ଘଟଣାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ କିଛି ମାସ ତଳେ ଅଧିକ ପିସିଆର ଭ୍ୟାନ ମୁତୟନ କରିବା ସହିତ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦିଆଯିବ ବୋଲି କହିଥିଲେ ପୋଲିସ କମିଶନର । ଗୋଟିଏ ପଟେ ପୋଲିସ ପ୍ରତିଦିନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ଲୁଟେରାଙ୍କ ଆତଙ୍କ ରାଜଧାନୀବସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.