Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅଭିଯୁକ୍ତ କଣ ପବନରେ ମିଳାଇଗଲେ ? ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୋଲିସ ତଦନ୍ତ ନେଇ ଅସନ୍ତୁଷ୍ଟ ପୀଡିତାଙ୍କ ଓକିଲ, ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ହେଲେ ଫେରାଦ, ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

8/09/2020 at 7:27 PM

ଭୁବନେଶ୍ୱର, ୦୮।୦୯:   ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୮ଦିନ ପରେ ବି ପୋଲିସ ହାତ ଖାଲି । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୌଣସି ଜଣକୁ ବି ଏପର୍ଯ୍ୟନ୍ତ ଗିରଫ କରିବାକୁ ସକ୍ଷମ ହୋଇପାରିନି କମିଶନରେଟ୍‌ ପୋଲିସ । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଫେରାଦ୍‌ ହୋଇଛନ୍ତି ପୀଡ଼ିତାଙ୍କ ଓକିଲ । ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ଯୁବ କଂଗ୍ରେସ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି । ….

ଖୋଦ୍‌ ରାଜଧାନୀର ଛାତି ଉପରେ ଘଟିଛି ଏତେ ବଡ଼ ସାଂଘାତିକ ଘଟଣା । ଲକଡାଉନ୍‌ ବେଳେ ୭ ସାତ ଜଣ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଅମାନୁଷିକ ଭାବେ ଗଣଦୁଷ୍କର୍ମ କରିଥିବା ଭଳି ସଂଗୀନ ଅଭିଯୋଗ । ଅଭିଯୁକ୍ତଙ୍କ ନାଁ ଗାଁ ଠିକଣା ସବୁ କିଛି ପାଇ ସାରିଛି ପୋଲିସ । ହେଲେ ଅଭିଯୋଗର ୮ଦିନ ପରେ ବି କେହି ଜଣେ ହେଲେ ଅଭିଯୁକ୍ତ କମିଶନରେଟ୍‌ ପୋଲିସ ପଞ୍ଝାକୁ ଆସିପାରି ନାହାନ୍ତି । ଏଭଳି ସ୍ଥିତିରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ଓକିଲ । ଏଥି ସହ ପୀଡ଼ିତାଙ୍କ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ବାରସ୍ଥ ହୋଇଛନ୍ତି ।

ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସଂପୃକ୍ତ ଥିବାରୁ ମାମଲାକୁ ଚାପି ଦେବାକୁ କମିଶନରେଟ୍‌ ପୋଲିସ ଉଦ୍ୟମ କରୁଛି ବୋଲି ଆରୋପ ଲଗାଇଛନ୍ତି ପୀଡ଼ିତାଙ୍କ ଓକିଲ । ଏମିତିକି ପୀଡ଼ିତାଙ୍କ ମାଆ ଯେଉଁ ଗଣମାଧ୍ୟମ ସଂସ୍ଥାରେ ଚାକିରି କରୁଥିଲେ ସେଇ ଗଣମାଧ୍ୟମ ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ସେପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ  କମିଶନରେଟ୍‌ ପୋଲିସର ​ ଆକ୍ସନକୁ ସମାଲୋଚନା କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ରାଜ୍ୟ ଯୁବ କଂଗ୍ରେସ । ଏଥି ସହ ପୀଡ଼ିତାଙ୍କ ପରିବାରୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଛି ।

ଗୋଟେ ପଟେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଥିବା ବେଳେ କେବଳ ତଦନ୍ତର ଦ୍ବାହି ଦେଉଛି କମିଶନରେଟ୍‌ ପୋଲିସ । ନାଁ ଗାଁ ଠିକଣା ଥାଇ ବି ଅଭିଯୁକ୍ତମାନଙ୍କୁ ବାନ୍ଧିବାକୁ ପୋଲିସକୁ ଆଉ କେତେ ଦିନ ଲାଗିବ ତାକୁ ନେଇ ଉଠିଛି ପ୍ରଶ୍ନ ? 

   Related Posts