Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଘରକୁ ଆସିଲେ, ଅଭିଯୋଗ ମଧ୍ୟ ଶୁଣିଲେ : ପ୍ରଥମ ଦିନରେ ୧୩ ଜଣଙ୍କ ଏତଲା ରଖିଲା ପୋଲିସ

6/05/2021 at 8:48 AM

ଭୁବନେଶ୍ୱର ୦୬/୦୫: ଆସିଲା କଲ୍ । ଥାନାକୁ ଫୋନ୍‌ ଆସିଲା । ଭ୍ୟାନ୍‌ ଯୋଗେ ପୋଲିସ ଥାନାରୁ ଗନ୍ତବ୍ୟସ୍ଥଳକୁ ଗଲା । ଅଭିଯୋଗକାରୀଙ୍କୁ ଭେଟିଲା । ଅଭିଯୋଗ ଶୁଣି ଏତଲା ରଖିଲା । କିଛି ଜାଗାରେ ତାଗିଦ୍‌ କରି ଫେରିଲା । କମିଶନରେଟ୍‌ ପୋଲିସର ‘ଲକ୍‌ଡାଉନ୍‌ ଡାଏରୀ’ରେ ପ୍ରଥମଥର ପାଇଁ ଯୋଡ଼ି ହୋଇଥିବା ନୂଆ ବ୍ୟବସ୍ଥାରେ ପୋଲିସର ପ୍ରଥମ ଦିନର ଅନୁଭୂତି ଏମିତି କିଛି ଥିଲା ।

 ଘରୁ ଅଭିଯୋଗପତ୍ର ଗ୍ରହଣ’ ଅଭିଯାନରେ ପୋଲିସ୍‌ ପ୍ରଥମ ଦିନରେ ୧୩ ଜଣଙ୍କ ଅଭିଯୋଗ ଗ୍ରହଣ କରିଛି । ତଥ୍ୟ ମୁତାବକ, ଖଣ୍ଡଗିରି ଥାନା ପୁଲିସ ସନ୍ଧ୍ୟା ଭିତରେ ସର୍ବାଧିକ ୩ଟା ଅଭିଯୋଗ ପତ୍ର ଗ୍ରହଣ କରିଛି । ଯେଉଁଥିରେ ଗୋଟିଏ ପ୍ରେମ ବିବାହ ସମ୍ପର୍କିତ ଅଭିଯୋଗ ରହିଛି । ଅନ୍ୟ ୨ଟି ସାଇବର କ୍ରାଇମ୍‌ ସମ୍ପର୍କିତ ଅଭିଯୋଗ ଅଛି । ଜାଗମରା ଅଞ୍ଚଳର ଜଣେ ସରକାରୀ ଚାକିରିଆଙ୍କଠାରୁ ‘ଫୋନ୍‌ ପେ’ ଜରିଆରେ ସାଇବର ଠକ ୯୦ ହଜାର ଟଙ୍କା ଠକି ନେଇଛନ୍ତି । ଏନେଇ ସେ ଗତକାଲି ସାଇବର ହେଲ୍ପ ଡେସ୍କକୁ ଫୋନ୍‌ କରି ଅଭିଯୋଗ କରିଥିଲେ । ଖଣ୍ଡଗିରି ଥାନା ପୋଲିସ୍‌ ବୁଧବାର ତାଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଛି ।

ଗଣ୍ଡମୁଣ୍ଡାର ସଂଘମିତ୍ରା ପାତ୍ର ମଧ୍ୟ ସାଇବର ଠକାମିର ଶିକାର ହୋଇଛନ୍ତି । କେହି ଅଜଣା ବ୍ୟକ୍ତି ତାଙ୍କୁ ‘ଅନଲାଇନ୍‌ରେ ଚାକିରି’ ବାହାନାରେ ୨ ମାସ କାମ କରାଇଛି । ଏହା ବାବଦରେ ୪୫ ହଜାର ଟଙ୍କା ନ ଦେବାରୁ ସେ ପୋଲିସକୁ ଘରକୁ ଡକାଇ ଅଭିଯୋଗ କରିଛନ୍ତ ।   ସେହିପରି ନୟାପଲ୍ଲୀ ଥାନା ପୋଲିସ ଏକ ମାର୍‌ପିଟ୍‌ ଘଟଣାରେ ଇସ୍କନ ମନ୍ଦିର ପାଖକୁ ଯାଇଥିଲା । ସେଠାରେ ତ୍ରିନାଥ ମହାରଣାଙ୍କୁ ଭେଟି ଆକ୍ରମଣ ସମ୍ପର୍କରେ ବୁଝିବା ସହ ଏତଲା ଗ୍ରହଣ କରିଥିଲା । ଏହାବାଦ୍‌ ଭରତପୁର ଥାନାରେ ଗୋଟିଏ ମୋବାଇଲ୍‌ ଚୋରି ସମ୍ପର୍କିତ ଅଭିଯୋଗ ସହ ସହିଦ୍‌ ନଗର ଥାନାକୁ ୨ଟା, ଶ୍ରୀଲିଙ୍ଗରାଜ ଥାନାକୁ ଗୋଟିଏ ଅଭିଯୋଗ ଆସିଥିଲା । ଏସବୁ ଘଟଣାରେ ପୁଲିସ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିଛି ।

   Related Posts