Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ୨ ଗିରଫ, ସ୍କର୍ପିଓରୁ ଉଦ୍ଧାର ହେଲେ ଦେହଜୀବୀ !

25/09/2020 at 9:01 AM

ଭୁବନେଶ୍ୱର, ୨୫।୦୯:  ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ରାଜଧାନୀରେ ଏବେ କିଛିଦିନ ଧରି ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚୋରା ବନ୍ଧୁକ ବେପାରୀଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲା ।

କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ପୋଲିସ କଳ୍ପନା ଛକରେ ଚଢାଉ କରିଥିଲା । ସେଠାରେ  ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି ।  ଗିରଫ ୨ ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡିଛି । ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।୨ ଯୁବକଙ୍କୁ ଗିରଫ ପରେ ସେମାନଙ୍କୁ ବଡଗଡ ଥାନାକୁ ହସ୍ତାନ୍ତର କରାଯାଇଛି ।

ତେବେ ବିକିବାକୁ ଆସିଥିବା ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ କହିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି।୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି  ଏସଟିଏଫ ଓ ବଡଗଡ ଥାନା ପୋଲିସ।

   Related Posts