Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭୟ ଯାଉନି, ଭୁଲି ହେଉନି : କୁଆଡେ ଗଲେ ସୀମାଞ୍ଚଳ, ଏତେ ମାଂସ ଟୁକୁଡା ସବୁ କାହାର ? ଆସିକାର ଦୁଇଟି ଗାଁରେ ଅଭାବନୀୟ ପରିବେଶ

10/10/2020 at 9:34 PM

ଭୁବନେଶ୍ୱର,୧୦|୧୦:   କୁଆଡେ ଗଲେ ସୀମାଞ୍ଚଳ । ଏବେ ଘଟଣା ସ୍ଥଳରୁ ମିଳିଥିବା ମାସଂ ପିଣ୍ଡୁଳାର  ବ୍ୟବଚ୍ଛେଦ କରାଯାଇଛି । ଆଉ ଏଠାରୁ ମାସଂ ନମୁନା ଫରେନସିକ ଲାବକୁ ପଠାଯିବ । ସେଠାରେ ହେବ ଡିଏନଏ ଟେଷ୍ଟ । ଅନ୍ୟପଟେ  ସେଦିନ ଘଟଣା ସ୍ଥଳରେ ଛାଡିଯାଇଥିବା କାର ଓ ବାଇକ ମାଲିକମାନେ ଆସି ଏଠାରୁ ସେମାନଙ୍କର ଗାଡି ଗୁଡିକ ସଂଗ୍ରହ କରୁଛନ୍ତି ।

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣର ତିନି ଦିନ ପରେ ବି ଯାଉନି ଚିନ୍ତା କିମ୍ବା ବୁଝୁନି ମନ । ଏହି ବିସ୍ଫୋରଣରେ କାହା କାହର ମୃତ୍ୟୁ ହୋଇଛି,  ନିଖୋଜଙ୍କ ପତା କେବେ ମିଳିବ, ଘଟଣାସ୍ଥଳରୁ ମିଳିଥିବା ମାଂସ ହାଡ ଟୁକୁଡା ସବୁ କାହାର ? ଏମିତି ଅନେକ ପ୍ରଶ୍ନ । ସେପଟେ ଆଜି ଗଂଜାମ ଜିଲ୍ଲା ଅ।ସିକା ବ୍ଳକ ଗହଙ୍ଗୁ ଗାଁରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସୀମାଚଂଳ ପରିଡା ନାମକ ଯୁବକ ଗଲା କିଛି ଦିନ ହେବ ଭୂବନେଶ୍ଵରର ରାଜମହଲ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିଲେ । ତେବେ ଗଲା ଦୁଇ ଦିନ ତଳେ ସେହି ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟି ଅ।ସିକା ରଘୁନାଥ ନଗରର ଜଣେ ଯୁବକ ମୃତ୍ୟୁ ହେବା ପରେ ଶବ ମଧ୍ୟ ଫେରିଥିଲା ଗାଁକୁ । ହେଲେ ଗହଙ୍ଗୁ ଗାଁ ସୀମାଚଂଳ ପରିଡା ଙ୍କ କୌଣସୀ ପତ୍ତା ମିଳିନଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ମୃତ୍ୟୁ ଘୋଷଣା ହୋଇ ନାହିଁ । ଏହାରି ଭିତରେ ମୃତକଙ୍କ ପରିବାର ଲୋକେ ଆଜି ଏକ ନଡା ବିଡା ଅର୍ଥାତ କିଛି ପାଳ କୁ ବିଡା କରି ସଂସ୍କାର କରିଛନ୍ତି । ଏମିତି କି ସେହି ପାଳ ବିଡାକୁ କୋକେଇ ରେ ଧରି ଗାଁ ଶଂଶ୍ମାନରେ ପହଁଚି ଦାହ କରିଥିବା ଖବର ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣରେ କେତେଜଣଙ୍କ ମୃତ୍ୟୁ ହୋଇଛି ?  ସରକାରୀ ଭାବେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲେ ମଧ୍ୟ ପ୍ରକୃତ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନି । କାରଣ ସେଠାରେ କାମ କରୁଥିବା ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁର ସୀମାଞ୍ଚଳ ପରିଡାଙ୍କ ପର୍ସ, ଏଟିଏମ୍ କାର୍ଡ ଏବଂ ଅନ୍ୟ କିଛି ସାମଗ୍ରୀ ମିଳିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନି । ଏହାର ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଗୁଡିକର ଆଜି ବ୍ୟବେଛଦ କରାଯାଇଛି । ଫୋରେନସିକ୍ ଟେଷ୍ଟ ପାଇଁ ଲାବକୁ ପଠାଯିବ ନମୁନା । ଏହାର ଡିଏନ୍ଏ ଟେଷ୍ଟ ମଧ୍ୟ କରାଯିବ । ଏହାକୁ ନିଖୋଜ ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ଡିଏନ୍‌ଏ ସହ ମ୍ୟାଚ କରାଯିବ । ଯଦି ଡିଏନଏ ମ୍ୟାଚ କରେ ତେବେ ନିଖୋଜ ସୀମାଞ୍ଚଳଙ୍କୁ ମୃତ ଘୋଷଣା କରାଯିବ ବୋଲି ପୋଲସି କମିଶନର କହିଛନ୍ତି । ଦୁର୍ଘଟଣାରେ ଯେଉଁମାନେ ଦୋଷୀ ବୋଲି ଜଣାପଡିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିସନର । 

ସୀମାଞ୍ଚଳ ମୃତ କି ଜୀବିତ କିଛି ସ୍ପଷ୍ଟ ହୋଇନି । ପେଟ୍ରୋଲ ପମ୍ପ ବିସ୍ପୋରଣ ଏବଂ ଅଗ୍ନିକାଣ୍ଡରେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ନିଶ୍ଚିତ ହୋଇଯାଇଛନ୍ତି । ବହୁ ଖୋଜାଖୋଜି ପରେ ବିନା ମୃତ ଦେହରେ ଶେଷ କୃତ୍ୟ କରିଛନ୍ତି ପରିବାର ଲୋକ । ପାଳ ବିଡାକୁ ପ୍ରତିକାତ୍ମକ ଶବ କରି ଗାଁ ଶ୍ମଶାନରେ ଦାହ କରିଛନ୍ତି । ଦେଖନ୍ତୁ ଏ ଅଭାବନୀୟ ଦୃଶ୍ୟକୁ । ରୀତିନୀତି ଅନୁଯାୟୀ କୋକେଇେର ପାଳ ବିଡାକୁ କାନ୍ଧେଇ ଶ୍ମଶାସନ ଅଭିମୁଖେ ବାହାରିଛନ୍ତି ମାଲଭାଇ । ରାମନାମ ସତ୍ୟ ହେ, ହରି ନାମ ସତ୍ୟ ହେ ନାରା ସହ ଚାଲିଛି ନାମ କୀର୍ତ୍ତନ । ଶବାଧାର ପଛେରେ ଚାଲିଛନ୍ତି ବନ୍ଧୁ ପରିଜନ । ସ୍ବାମୀକୁ ହରାଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ପ୍ରେମଲତା । ଶେଷ ଥର ପାଇଁ ବିସ୍ପୋରଣ ଘଟିବାର ୧୦ ମିନିଟ୍ ପୂର୍ବରୁ ସ୍ବାମୀଙ୍କ ସହ କଥା ହୋଇଥିଲେ ବୋଲି କହିଛନ୍ତି । ପୁଅକୁ ଝୁରି ଝୁରି ବାପା ମାଆଙ୍କ ଆଖିରୁ ଲୁହ ସୁଖୁନି ।

ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ସୀମାଞ୍ଚଳ । ଏବେ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତିତ ହୋଇପଡିଛନ୍ତି ସୀମାଞ୍ଚଳଙ୍କ ପତ୍ନୀ । ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ।

   Related Posts