Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ନାବାଳିକା ଗଣଦୁଷ୍କର୍ମ : ଅଭିଯୁକ୍ତ ଏବେବି ହାଓ୍ୱାରେ, ପଚରାଉଚରା ଏବଂ ଯାଞ୍ଚରୁ ଆଗକୁ ବଢୁନି ପୋଲିସ ତଦନ୍ତ

14/09/2020 at 6:58 PM

ଭୁବନେଶ୍ୱର,୧୪|୦୯: ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୧୪ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ନାକାମ୍‌ କମିଶନରେଟ୍‌ ପୋଲିସ୍‌।୪୮ଘଣ୍ଟାର ମହଲତ ସରିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଆହୁରି ୭ଦିନ ସମୟ ମାଗିଛି ପୋଲିସ । ସେପଟେ ଭୁବନେଶ୍ବର ମହିଳା ଥାନାର ନୋଟିସ୍‌ ଆଧାରରେ ଅଭିଯୋଗ ଆସିଥିବା ଟିଭି ଚାନେଲର ଇନ୍‌ପୁଟ ଏଡିଟରଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି ପୋଲିସ ।

ଅଭିଯୋଗକୁ ୧୪ଦିନ ବିତିଲା । ତଥାପି ପୋଲିସ ହାତ ଖାଲି । ଅଣ୍ଟିଲାନି ୪୮ଘଣ୍ଟାର ମହଲତ । ଆହୁରି ୭ଦିନ ସମୟ ମାଗିଲା କମିଶନରେଟ୍‌ ପୋଲିସ । ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୧୪ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ନାକାମ୍‌ ପୋଲିସ୍‌ । ଏମିତିକି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ୪୮ଘଣ୍ଟାର ମହଲତ ସରିବା ପରେ ଆକ୍ସନ ଟେକେନ୍‌ ରିପୋର୍ଟ ଦେବାକୁ ପୁଣି ୭ଦିନ ସମୟ ମାଗିଛି କମିଶନରେଟ୍‌ ପୋଲିସ । ସେପଟେ ଘଟଣାରେ ଏକ ଘରୋଇ ଟିଭି ଚାନେଲ୍‌ର କର୍ମଚାରୀଙ୍କ ସଂପୃକ୍ତିକୁ ଅଭିଯୋଗ ଉଠିଥିଲା ।  ଭୁବନେଶ୍ବର ମହିଳା ଥାନା ପୋଲିସର ନୋଟିସ୍‌ ଆଧାରରେ ଆଜି ଥାନାରେ ହାଜର ହୋଇଥିବା ସଂପୃକ୍ତ ଟିଭି ଚାନେଲର ଇନ୍‌ପୁଟ୍‌ ଏଡିଟରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ପୋଲିସ ।

ସେପଟେ ଏହି ଘଟଣାରେ ଅଭିଯୋଗକୁ ୧୪ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ତା’ର ପ୍ରତିବାଦରେ ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଛନ୍ତି ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ କର୍ମୀ ।

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ସମେତ ୭ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ହେଲେ ଏମାନଙ୍କ ମଧ୍ୟରୁ କୌଣସି ଜଣକୁ ବି ଏପର୍ଯ୍ୟନ୍ତ କମିଶନରେଟ୍‌ ପୋଲିସ ଗିରଫ ନକରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts