ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ଝଟ୍‌କା : ବ୍ୟକ୍ତିଗତ ହାଜିରାରୁ ରିହାତି ଲାଗି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ କରିଥିଲେ ଆବେଦନ, ହେଲା ଖାରଜ

Published By : Prameya-News7 Bureau | November 28, 2020 IST

ଭୁବନେଶ୍ୱର ୨୮।୧୧: ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗୀମଙ୍ଗତ ପଣ୍ଡାଙ୍କୁ ଝଟ୍‌କା ।  ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାରେ ଓଟିଭି ନିର୍ଦ୍ଦେଶିକାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ବାରମ୍ବାର ବ୍ୟକ୍ତିଗତ ହାଜିରାରୁ ରିହାତି ଲାଗି ଜଗୀ ପଣ୍ଡା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଆବେଦନ କରିଥିଲେ । ସେ ବ୍ୟକ୍ତିଗତ ହାଜିରା ବଦଳରେ ପ୍ରତିନିଧିଙ୍କ ଜରିଆରେ ହାଜର ହେବାକୁ ଅନୁମତି ଲାଗି ଆବେଦନ କରିଥିଲେ । ତେବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆବେଦନକୁ ଖାରଜ କରିବା ସହ ଆସନ୍ତା ଡିସେମ୍ବର ୨ ତାରିଖରେ ହାଜର ହେବାକୁ ପୁଣି ଥରେ  ଓଟିଭି ଏମ୍‌ଡିଙ୍କୁ ନୋଟିସ ଜାରି କରିଛନ୍ତି  ।  ସେହିପରି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଏବଂ ନାବାଳିକାଙ୍କ ମାଆଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ଆସନ୍ତା ୨ ତାରିଖରେ ଆୟୋଗଙ୍କ ନିକଟରେ ହାଜର ହେବାକୁ ନୋଟିସ ହୋଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.