ଭୁବନେଶ୍ବର ଲୋକସଭା ସମେତ ୫ ବିଧାନସଭା ଆସନ ନିମନ୍ତେ ମତଦାନ ପ୍ରସ୍ତୁତି ଶେଷ, ୧ହଜାର ୧୫୬ ବୁଥରେ ଭୋଟ ଦେବେ ୧୨ ଲକ୍ଷ ଭୋଟର

Published By : Prameya-News7 Bureau | April 22, 2019 IST

ଭୁବନେଶ୍ବର ୨୨। ୪ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପଡ଼ିବ ଭୋଟ୍‌ । ଏହି ପର୍ଯ୍ୟାୟରେ ଭୁବନେଶ୍ବର ସମେତ ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ନିମନ୍ତେ  ନିଜ ନିଜର ପ୍ରତିନିଧି ବାଛିବେ ଭୋଟର । ଭୁବନେଶ୍ବର ଲୋକସଭା ସମେତ ୫ ବିଧାନସଭା ଆସନ ନିମନ୍ତେ ୧୨ଲକ୍ଷ ୪୧ହଜାର ୩୯୬ ଭୋଟର ୧ହଜାର ୧୫୬ ବୁଥରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।  ଏଥି ପାଇଁ ପ୍ରଶାସନ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି ।

{"id":106174}

ଭୁବନେଶ୍ବରର ବିଜେବି କଲେଜକୁ ଇଭିଏମ ଡେସ୍ପାଚ୍‌ ସେଣ୍ଟର କରାଯାଇଛି। ଭୋଟିଂ ପାଇଁ ବ୍ୟବହାର ହେବାକୁ ଥିବା ଇଭିଏମ୍‌ ଓ ଭିଭିପାଟ୍‌ ମେସିନ ସହ ସମସ୍ତ ସାମଗ୍ରୀ ସହ ପୋଲିଂ ବୁଥକୁ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ  ପାର୍ଟି । ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ବନ୍ଦ ହେବ । ୧ହଜାର ୧୫୬ ବୁଥ ମଧ୍ୟରୁ ୨୯୯ଟିକୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି ।ଏଣୁ ଏହିସବୁ ବୁଥ୍‌ ଗୁଡ଼ିକ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଇଛି ।

{"id":106176}

ସେହିଭଳି ଭୋଟିଂ ସମୟରେ ଇଭିଏମ ମେସିନରେ କୌଣସି ସମସ୍ୟା ଦେଖାଗଲେ ସେଗୁଡ଼ିକୁ ତୁରନ୍ତ ମରାମତି କିମ୍ବା ଆବଶ୍ୟକସ୍ଥଳେ ବଦଳାଇବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ଭୁବନେଶ୍ବର ଉପଜିଲ୍ଲାପାଳ ଶୁଭେନ୍ଦୁ ସାହୁ। ୧୦ରୁ ୧୨ଟି ବୁଥକୁ ନେଇ ଗୋଟିଏ ଗୋଟିଏ ସେକ୍ଟର କରାଯାଇଛି । ଏଗୁଡ଼ିକରେ ଭୋଟିଂ ପରିଚାଳନା ତଦାରଖ ପାଇଁ ଜଣେ ଜଣେ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା ରିଟର୍ଣ୍ଣିଂ ଅଫିସର କହିଛନ୍ତି।

{"id":106178}

ଭୁବନେଶ୍ବର ଲୋକସଭା ଅଧୀନରେ ଥିବା ୫ଟି ବିଧାନସଭା କ୍ଷେତ୍ରରେ ୫ଟି ପିଙ୍କ୍‌ ବୁଥ କରାଯାଇଛି । ଯେଉଁଠି କେବଳ ମହିଳା ଅଧିକାରୀ ହିଁ ଭୋଟିଂ ପରିଚାଳନା କରିବେ । ସେହିଭଳି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୃଷ୍ଟିଶକ୍ତି ବାଧିତ ଭୋଟରଙ୍କ ପାଇଁ ବ୍ରେଲି ବାଲଟ୍‌ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବିଧାନସଭା ପାଇଁ ୭୦ଟି ଲେଖାଏଁ ୩୫୦ଟି ବ୍ରେଲି ବାଲଟ୍‌ ଆସିଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ବିଲ୍‌ ଚେୟାର ବ୍ୟବସ୍ଥା ସହ ସେମାନଙ୍କୁ ସହାୟତା ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବା ପୋଲିଂ ଅଧିକାରୀ  ମନସ୍ବିନୀ ଦାସ କହିଛନ୍ତି।

{"id":106179}

ଭୋଟଗ୍ରହଣ ବେଳେ ୧୧୮ଟି ସ୍ଥାନରୁ ଓ୍ବେବ୍‌ କାଷ୍ଟ ଏବଂ ୫୬ବୁଥକୁ ସିସିଟିଭି ନଜରରେ ରଖାଯାଇଛି । ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ । ୪୪ଟି ମୋବାଇଲ୍‌ ଟିମ୍‌  ସହରରେ ପଇଁତରା ମାରୁଥିବା ବେଳେ ୨୦ ଜଣ ସେକ୍ଟର ଅଫିସର, ୧୧ ଏସିପି, ୫ ଫ୍ଲାଇଂ ସ୍କ୍ବାର୍ଡ଼ ଓ ୨ ହଜାର ୫ଶହ ପୋଲିସ ଫୋର୍ସ   ପ୍ରସ୍ତୁତି କରିସାରିଛନ୍ତି । ମତଦାନ ପରେ ବ୍ୟବହୃତ ଇଭିଏମ୍‌ ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ଭିତରେ ବିଜେପି କଲେଜ୍‌ର ଆର୍ଟସ୍‌ ବ୍ଲକରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.