ଭୁବନେଶ୍ବରରେ ବଢ଼ିବ ହୋଲଡିଂ ଟ୍ୟାକ୍ସ, ପିଛିଲା ଭାବେ ଏପ୍ରିଲ, ୨୦୧୯ରୁ ଏହାକୁ ଲାଗୁ କରିବାକୁ ନିଷ୍ପତି
14/10/2019 at 11:24 PM

ଭୁବନେଶ୍ବର– ଭୁବନେଶ୍ବରରେ ବଢ଼ିବ ହୋଲଡିଂ ଟ୍ୟାକ୍ସ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନଭେମ୍ବର ମାସରେ ଆଦାୟ ହେବ ବର୍ଦ୍ଧିତ ଟିକସ । ପିଛିଲା ଭାବେ ଏପ୍ରିଲ, ୨୦୧୯ରୁ ଏହାକୁ ଲାଗୁ କରିବାକୁ ନିଷ୍ପତି ନେଇଛି ବିଏମସି । ସାଧାରଣ ପ୍ରଶାସନ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ାଇଥିବାରୁ ସେଇ ଅନୁସାରେ ହୋଲଡିଂ ଟ୍ୟାକ୍ସ ମଧ୍ୟ ବଢ଼ୁଛି ବୋଲି କୁହାଯାଇଛି । ଏମିତି ହେଲେ ରାଜଧାନୀରେ ଘର ମାଲିକଙ୍କୁ ପ୍ରାୟ ୧୫ଗୁଣା ଅଧିକ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡ଼ିବ । ଏହାକୁ ବିରୋଧ କରି ବିଏମସି ଘେରାଉ କରିବାକୁ କଂଗ୍ରେସ ଚେତାବନୀ ଦେଇଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।
– ରାଜଧାନୀରେ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ିଥିବାରୁ ହୋଲଡିଂ ଟ୍ୟାକ୍ସ ମଧ୍ୟ ବଢ଼ାଇବ ବିଏମସି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ନଭେମ୍ବର ମାସରେ ଆଦାୟ ହେବ ବର୍ଦ୍ଧିତ ଟିକସ । ପିଛିଲା ଭାବେ ଏପ୍ରିଲ, ୨୦୧୯ରୁ ଏହାକୁ ଲାଗୁ କରିବାକୁ ନିଷ୍ପତି ନେଇଛି ବିଏମସି । ସାଧାରଣ ପ୍ରଶାସନ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ାଇଥିବାରୁ ସେଇ ଅନୁସାରେ ହୋଲଡିଂ ଟ୍ୟାକ୍ସ ମଧ୍ୟ ବଢ଼ୁଛି ବୋଲି କୁହାଯାଇଛି । ଏମିତି ହେଲେ ରାଜଧାନୀରେ ଘର ମାଲିକଙ୍କୁ ପ୍ରାୟ ୧୫ଗୁଣା ଅଧିକ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡ଼ିବ । ଏହା ଦ୍ବାରା ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ । ଯାହାକୁ ନେଇ ରାଜଧାନୀ ବାସିନ୍ଦା ଚିନ୍ତା ପ୍ରକଟ କରିଥିବା ବେଳେ ନିଷ୍ପତ୍ତି ବିରୋଧରେ ବିଏମସି ଘେରିବାକୁ ଯୋଜନା କରିଛି କଂଗ୍ରେସ ।
– ରାଜଧାନୀରେ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ିବା ଏବଂ ବିଏମସିର ହୋଲଡିଂ ଟ୍ୟାକ୍ସ ବଢ଼ାଇବା ନିଷ୍ପତ୍ତି ପରେ ଭୁବନେଶ୍ବରରେ ରହିବା ଓ ବ୍ୟବସାୟ କରିବା ମହଙ୍ଗା ହୋଇଯିବ । ଏହାକୁ ନେଇ ସାଧାରଣରେ ମଧ୍ୟ ଏବେଠୁ ଯୋରଦାର ବିରୋଧର ସ୍ବର ଦେଖିବାକୁ ମିଳିଲାଣି ।
ଏହା ଦ୍ବାରା ରାଜଧାନୀରେ ଛୋଟ ବ୍ୟବସାୟୀ, ମଧ୍ୟବିତ୍ତ, ନିମ୍ନ ମଧ୍ୟ ବିତ୍ତ ପରିବାର ଲୋକମାନେ ଅଧିକ ପ୍ରଭାବିତ ହେବେ । ଗୁଣାତ୍ମକ ସେବା ଯୋଗାଇବାରେ ବଦଳରେ ବିଏମସି ଟିକସ ବଢ଼ାଇ ଲୋକଙ୍କୁ ଷୋଶଣ କରିବାକୁ ଯୋଜନା କରୁଛି ବୋଲି ଅଭିଯୋଗ ଉଠିଲାଣି ।