Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଲକଡାଉନ୍ ଲଜ୍ଜାରେ ଏବେ ରାଜନୈତିକ ମୋଡ : ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ମହିଳା କଂଗ୍ରେସ, ସେପଟେ ୬ ଦିନ ପରେ ବି ଅଭିଯୁକ୍ତଙ୍କୁ ଛୁଇଁ ପାରିନି ପୋଲିସ୍

7/09/2020 at 7:11 PM

ଭୁବନେଶ୍ୱର, ୦୭।୦୯:    ଲକ୍‌ଡାଉନ୍‌ ଲଜ୍ଜା । ଲକଡାଉନ୍‌ ବେଳେ ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଛି କମିଶନରେଟ୍‌ ପୋଲିସର  ୪ଜଣିଆ ସ୍ପେଶାଲ ଟିମ୍‌ । ଏପର୍ଯ୍ୟନ୍ତ ପାଖାପାଖି ୧୦ଜଣଙ୍କୁ୍ ପଚରାଉଚରା କରିଛି ଏହି ଟିମ୍‌ । ଫରେନ୍‌ସିକ୍‌ ଯାଂଚର ଦିଗକୁ ତଦନ୍ତରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଭୁବନେଶ୍ବର ଡିସିପି । ସେପ​ଟେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ୪୮ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଭୁବନେଶ୍ବର ମହିଳା କଂଗ୍ରେସ ।

ଅଭିଯୋଗକୁ ୬ଦିନ ବିତିଲା ତଥାପି ପୋଲିସ ହାତ ଖାଲି । ଲକଡାଉନ୍‌ ବେଳେ ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ କମିଶନରେଟ୍‌ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇପାରିନାହିଁ । ୪ଜଣିଆ ସ୍ପେଶାଲ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି । ଫରେନ୍‌ସିକ୍‌ ଯାଂଚର ଦିଗକୁ ତଦନ୍ତରେ ଗୁରୁତ୍ବ ଦିଆଯାଛି । ୧୦ଜଣଙ୍କୁ ପଚରାଉଚରା କରାଯାଇଛି । ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଗଲା ମାର୍ଚ୍ଚ-ଏପ୍ରିଲ କରୋନା ଲକ୍‌ଡାଉନ୍‌ ବେଳେ ଭୁବନେଶ୍ବର ଇମ୍ଫୋସିଟି ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ଗନ୍‌ ପଏଣ୍ଟରେ ଗ୍ୟାଙ୍ଗରେପ୍‌ କରିଥିଲେ କିଛି ଦୁର୍ବୃତ୍ତ । ଜୀବନରେ ମାରିଦେବାକୁ ଦୁର୍ବୃତ୍ତମାନେ ଧମକ ଦେଇଥିବାରୁ ଭୟରେ ନାବାଳିକା ଜଣକ ଅନେକ ଦିନ ହେଲା ଚୁପ୍‌ ରହିଥିଲେ । ଶେଷରେ ଝିଅର ମାନସିକ ଅବସ୍ଥା ଦେଖି ବାପାମାଆ ବାରମ୍ବାର ପଚାରିବାରୁ ସତ ପଦାକୁ ଆସିଥିଲା । ତେବେ ଅଗଷ୍ଟ ୩୦ରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଘଟଣାରେ ସଂପୃକ୍ତ ୭ଜଣଙ୍କ ଭିତରୁ ଏପର୍ଯ୍ୟନ୍ତ ଜଣକୁ ବି ଗିରଫ କରିପାରିନି କମିଶନରେଟ୍‌ ପୋଲିସ । ଅତିରିକ୍ତ ଶିଶୁ କଲ୍ୟାଣ ସମିତି, ଚାଇଲ୍ଡ ଲାଇନ୍‌ ଓ ଡିସିପିଓ ପକ୍ଷରୁ ତିନି ଜଣିଆ କମିଟି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୀଡ଼ିତାଙ୍କ ପରିବାରକୁ ଭେଟି କାଉନ୍‌ସେଲିଂ କରିବ ଏହି ତଦନ୍ତକାରୀ କମିଟି । ସେପଟେ ରାଜାଧାନୀରେ ଘଟିଯାଇଥିବା ଏଭଳି ଜଘନ୍ୟ ଘଟଣା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ୪୮ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଭୁବନେଶ୍ବର ମହିଳା କଂଗ୍ରେସ ।

ଗତକାଲି ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିବା ସହ କମିଶନରେଟ୍‌ ପୋଲିସକୁ ରିପୋର୍ଟ ତଲବ କରିଥିଲେ ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଏହାପରେ ବି ତଦନ୍ତର ଦ୍ବାହି ଦେଉଥିବା ପୋଲିସକୁ ଅଭିଯୁକ୍ତମାନଙ୍କୁ ଧରିବାକୁ ଆଉ କେତେ ସମୟ ଲାଗିବ ତାକୁ ନେଇ ଉଠିଛି ପ୍ରଶ୍ନ ।

   Related Posts