Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଜଧାନୀର ବିଭିନ୍ନ ମାର୍କେଟରେ ଚଢାଉ : ମାଛ କିଣିଲେ ଫାଇନ ଦେଲେ ଅମାନିଆ

19/05/2021 at 9:03 AM

ଭୁବନେଶ୍ୱର ୧୯/୫ : ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ ୨.୦ । ପୂର୍ବରୁ ପ୍ରଥମ ତାଲାବନ୍ଦରେ କଟକଣା କୋହଳ କରାଯାଇଥିଲା । ଅର୍ଥାତ ସକାଳ ସମୟରେ ୬ ଘଣ୍ଟା ଦୋକାନ ଖୋଲିବାକୁ ନିର୍ଦ୍ଦେଶନାମା ଥିଲା । ହେଲେ ଲୋକେ ନ ଚେତିବାରୁ ଏଥର କଟକଣା କଡାକଡି କରାଯାଇଛି । ଅର୍ଥାତ ୪ ଘଣ୍ଟା ଖୋଲା ରହିବ ଦୋକାନ । ଆଜି ଏହି ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ହାଟରେ ଚଢାଉ କରିଥିଲା କମିଶନରେଟ୍ ପୋଲିସ ।

ଅମାନିଆଙ୍କୁ ଚେତାଇବା ସହ ପାନେ ଦେଇଛି ପୋଲିସ । ବିଭିନ୍ନ ହାଟରେ ଚଢାଉ କରି ଅମାନିଆଙ୍କଠାରୁ ପୋଲିସ ଆଦାୟ କରିଛି ଫାଇନ । ୪ ନଂ ମାଛ ଓ ପରିବା ମାର୍କେଟ ବୁଲିଥିଲେ ଖୋଦ ଡିସିପି ଉମାଶଙ୍କର ଦାସ । ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା କିଛି ଲୋକ ଗାଡି ନେଇ ମାର୍କେଟିଂ କରିବାକୁ ଆସିଥିଲେ । ଫଳରେ ତାଙ୍କଠାରୁ ଜୋରିମାନା ଆଦାୟ କରଛି ପୋଲିସ । ଗହଳି ହେଉଥିବା ସ୍ଥାନରେ ବ୍ୟବସାୟୀ ଓ ଲୋକଙ୍କୁ ତାଗିଦ୍ ମଧ୍ୟ କରାଯାଇଛି । ଆଗାମୀ ଦିନରେ ଏପରି ଚଢାଉ ଜାରି ରହବି ବୋଲି କମିଶନରେଟ ପୋଲିସ ସ୍ପଷ୍ଟ କରିଛି ।

   Related Posts