Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ରାଜଧାନୀରେ ଖୋଲିବ ହୋଟେଲ: ରାସ୍ତାକଡ ଫୁଡ୍ ଷ୍ଟଲ୍, ମିଳିବ ଚା’, ଚାଟ୍-ଗୁପଚୁପ୍, କିନ୍ତୁ କେବଳ ପାର୍ସଲ

4/08/2020 at 6:48 PM

ଭୁବନେଶ୍ୱର, ୦୪|୦୮: ଧିରେ ଧିରେ ସବୁ କିଛି ପୂର୍ବାବସ୍ଥାକୁ ଫେରିବାର ସଙ୍କେତ । ଏବେ ସାଧାରଣ ଲୋକ ଏବଂ ଛୋଟଛୋଟ ବ୍ୟବସାୟୀ, ଫୁଟପାଥ୍ ଦୋକାନୀଙ୍କ ପସରା ପୁଣି ମେଲିବ । କିନ୍ତୁ ମାନିବାକୁ ହେବ ସର୍ତ୍ତ । ସରକାରୀ ଗାଇଡଲାଇନସ୍ । ରାଜଧାନୀରେ ହୋଟେଲ, ରେଷ୍ଟୁରାଣ୍ଟକୁ ସର୍ତ୍ତ ସହ ଖୋଲିବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ରାସ୍ତାକଡ ଛୋଟଛୋଟ ଦୋକାନ, ଖାଇବା ଷ୍ଟଲ ଏପରିକି ଚା’, ଲସି, ଚାଟ୍ ଓ ଗୁପଚୁପ୍ ଦୋକନ ବି ଖୋଲିପାରିବ । କିନ୍ତୁ ପାଳନ କରିବାକୁ ହେବ ଏସଓପି ଅର୍ଥାତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୋର ।  

କରୋନା ଲକଡାଉନ୍ ପରେ ଅଗଷ୍ଟ ପହିଲାରୁ ଅନଲକ୍-୪ ଆରମ୍ଭ ହୋଇଥିବା ବେଳେ ଏବେ  ବୁଧବାରଠୁ ରାଜଧାନୀରେ ଖୋଲିବ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ । ବିଏମସି ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି । ଏହାସହ କରୋନା କଟକଣାକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସିର ଗାଇଡଲାଇନ ଅନୁସାରେ, ବୁଧବାରଠୁ ଖୋଲିବ ହୋଟେଲ ଓ ରେଷ୍ଟୁରାଣ୍ଟ ।  କେବଳ ହୋମ୍‌ ଡେଲିଭରି କରିପାରିବେ ହୋଟେଲ ଓ ରେଷ୍ଟୁରାଣ୍ଟ । ଏହାସହ ରାସ୍ତାକଡ଼ ଫୁଡ୍‌ ଷ୍ଟଲ ଦୋକାନ ମଧ୍ୟ ଖୋଲିବ । ଏଠାରୁ  କେବଳ ହୋମ ଡେଲିଭରି ସୁବିଧା ଉପଲବ୍ଧ ହେବ ।

ଏତତ୍ ବ୍ୟତୀତ  ରାସ୍ତାକଡ଼ ଫୁଡ ଷ୍ଟଲ, ଚାଟ, ଚା’ ଦୋକାନ ଖୋଲିପାରିବ । ଏସଓପି ପାଳନ କରି ଦୋକାନ ଖୋଲି ହେବ ।ଗ୍ରାହକମାନେ କେବଳ ପାର୍ସଲ ସୁବିଧା ପାଇପାରିବେ । ଏହାସହ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ ।

   Related Posts