ଏମ୍ସ ପିଜି ପ୍ରବେଶିକା ରେଜଲ୍ଟ, ଭୁବନେଶ୍ୱର ଏମ୍ସ ଛାତ୍ରୀ ଟପ୍ପର

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ, ୧୯|୦୬:  ଶୁକ୍ରବାର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ୍ ବା ଏମ୍ସର ପିଜି ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱର ଡାକ୍ତର ଏମ୍ସର ଭିନିତା କାନେଗାନ୍ତି ଟପ୍ପର ହୋଇଛନ୍ତି । ଅନଲାଇନରେ ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୪୫୪୫ ଜଣ ଏଣ୍ଚ୍ରାନ୍ସ ଦେଇଥିଲେ ।

ଏମ୍ସ ପିଜି ଏଣ୍ଟ୍ରାନ୍ସ ଜୁନ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା । ଦେଶରେ ଥିବା ବିଭିନ୍ନ ଏମ୍ସ ପାଇଁ ୬୪୩ଟି ସିଟ୍ ପାଇଁ ୪୫୪୫ଜଣ ପରୀକ୍ଷା ଦେଇଥିଲେ ।

ଏଣ୍ଟ୍ରାନ୍ସରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଙ୍କ ୧ରେ ଭିନିତା କାନେଗାନ୍ତି ଥିବା ବେଳେ ରାଙ୍କ ୩ରେ ଡାକ୍ତର ପାର୍ଥ ଦୁର୍ଗା, ରାଙ୍କ ୪ରେ ଡାକ୍ତର କାର୍ତ୍ତିକ ଅଗ୍ରଓ୍ୱାଲ ରହିଛନ୍ତି । ଛାତ୍ରଛାତ୍ରମାନେ aiimsexams.orgରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.