Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ମୋବାଇଲ୍ ଫୋନ୍‌ର ବ୍ୟାଟେରୀ ୨୦ ପ୍ରତିଶତରୁ ଅଧିକ ଥିଲେ କରନ୍ତୁ ନାହିଁ ଚାର୍ଜ

31/10/2019 at 1:31 PM

ଭୁବନେଶ୍ବର ୩୧।୧୦: ଯଦି ମୋବାଇଲ୍ ଫୋନର ବ୍ୟାଟେରୀ ୨୦ ପ୍ରତିଶତରୁ ତଳକୁ ଯାଇ ନାହିଁ ତେବେ ତାକୁ ରିଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ । 

ସାଧାରଣତଃ ମୋବାଇଲ୍ ର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତଶିତ ଚାର୍ଜ ଥିଲେ ମଧ୍ୟ ତାକୁ ରିଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କଠାରେ ଥାଏ । ତେବେ ଏହା ଦ୍ବାରା ମୋବାଇଲର ଡିଭାଇସ୍ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହାର ଜୀବନ କାଳ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଖଡଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ । 

ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପକ୍ଷରୁ ଆୟୋଜତି ‘ଟ୍ରେଣ୍ଡ୍ସ୍ ଇନ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ  ଟେକ୍ନୋଲୋଜି”  ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନଜି ବକ୍ତବ୍ୟରେ ପ୍ରଫେସର ଦାସ କହିଛନ୍ତି ଯେ, ଯେତେବେଳେ ସେତେବେଳେ ମୋବାଇଲ୍ ରିଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ । 

ମୋବାଇଲ୍ ଫୋନ୍‌ର ବ୍ୟାଟେରୀ ମ୍ୟାନେଜମେଣ୍ଟ ସଫ୍ଟେଓୟ୍ୱାର ଦ୍ବାରା ବ୍ୟାଟେରୀ ପରିଚାଳିତ ହୋଇଥାଏ । ସେହିପରି ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ଫୋନ୍‌ରେ କଥା ହେବା ବିପଜ୍ଜନକ । ମୋବାଇଲ୍ ଫୋନ୍ ବିସ୍ଫୋରଣରେ କିଛି କିଛି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ସେ କହିଛନ୍ତି । ତେବେ ଏସବୁ ଅପେକ୍ଷା ବଜ୍ରପାତ ଜନିତ ଘଟଣା ଅଧିକ ଘଟୁଥିବା ସେ କହିଛନ୍ତି ।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତି ଏହି କର୍ମଶାଳାରେ ବିଶେଷ ଶିକ୍ଷାବିତ୍ ତଥା ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ସୋଆର ବାୟୋଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟର (ବିବିଆର୍‌ସି) ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅନେକ ବୈଜ୍ଞାନିକ, ଶିଳ୍ପଦ୍ୟୋଗି, ଶିକ୍ଷାବିତ୍ ଏବଂ ଗବେଷଣାରତ ସ୍କଲାର ଯୋଗ ଦେଇଥିଲେ । 

ପ୍ରଫେସର ଆଚର୍ଯ୍ୟ କହିଥିଲେ ମୋବାଇଲ୍ ଫୋନ୍‌ର ୨୦ଟି ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଇଥାଏ । ତେବେ ଏସବୁ ଖୁବ୍ କମ୍ ଉପଲବ୍ଧ ହୋଇଥାଏ । ଉଦାହରଣ ସ୍ୱରୂପ ମୋବାଇଲ ଫୋନ୍‌ରେ ଲିଥିୟମ୍ ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଥାଏ । ଲିଥିୟମ୍‌ର ବ୍ୟବହାର ଖୁବ୍ ଅଧିକ ହୋଇଥିବା ବେଳେ ଏହା ଖୁବ୍ କମ୍ ପରିମାଣର ଉପଲବ୍ଧ ହେଉଛି । 

ମୋବାଇଲ୍ ଫୋନ୍ ରିଚାର୍ଜ କରିବା ପାଇଁ ପାୱାର ବ୍ୟାକଅପ୍ ସିଷ୍ଟମ୍‌ର ବ୍ୟବହାର ବହୁଳ ଭାବରେ କରାଯାଉଥିବା ବେଳେ ଏହା କିନ୍ତୁ ଏକ ବିପଜ୍ଜନକ ଡିଭାଇସ୍ ଏବଂ ୟୁରୋପୀୟ ଦେଶଗୁଡିକରେ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଚିନ୍ତା କରାଯାଉଛି ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ । 

ପ୍ରଫେସର ଦାସ କହିଥିଲେ ଯେ, ଶକ୍ତିସମ୍ପନ୍ନ ଖଣିଜ ପଦାଥ ସ୍ଥାନ ଅଣଶକ୍ତିସମ୍ପନ୍ନ ଖଣିଜ ପଦାର୍ଥର ବ୍ୟବହାର ନେଇ ଗବେଷଣା କରାଯାଉଛି । ସେହିପରି ମେଟାଲ୍ ଏୟାର ବ୍ୟାଟେରୀ, ରେଡକ୍ସ ଫ୍ଲୋ ବ୍ୟାଟେରୀ ଏବଂ ଲିଥିୟମ୍ ସଲ୍ଫର ବ୍ୟାଟେରୀର ଉଦ୍ଭାବନ ଦିଗରେ ଅଧିକ କାର୍ଯ୍ୟ କରାଯାଉଛି । 

ପ୍ରଫେସର ବାନାର୍ଜୀ କହିଥିଲେ ଯେ ପ୍ରାକୃତିକ ସମ୍ପଦର ବ୍ୟବହାର ଦିଗରେ ଅଧିକ ଚିନ୍ତାଶୀଳ ହେବା ଉଚିତ । ଖଣିଜ ପଦାର୍ଥର ଅପବ୍ୟବହାର ବିପଜ୍ଜନକ । ବ୍ଲକ୍ ଚେନ୍ ଟେକ୍ନୋଲୋଜି ଦ୍ୱାରା ଖଣିଜ ସମ୍ପଦ କ୍ଷେତ୍ରରେ ଉତମ ପରିଚାଳନା କରାଯାଇପାରିବ ବୋଲି ସେ କହିଥିଲେ । 

ଖଣିଜ ସମ୍ପଦର ସଂରକ୍ଷଣ ପାଇଁ ଅଧିକ ନିବେଶ କରାଯିବା ସହ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଜରୁରୀ ବୋଲି ବିବିଆର୍‌ସିର ନିର୍ଦ୍ଦେଶକ ତଥା କର୍ମଶାଳାର ସଂଯୋଜକ ପ୍ରଫେସର ଲାଲା ବିହାରୀ ଶୁକ୍ଳା କହିଥିଲେ । 

କର୍ମଶାଳାର ଆୟୋଜକ ସମ୍ପାଦକ ଡଃ ଦେବବତ୍ର ପ୍ରଧାନ ଏବଂ ସହସଂଯୋଜିକା ଡଃ ନିହାରବାଳା ଦେବୀ ମଧ୍ୟ ବକ୍ତବ୍ୟ ରଖିଥିଲେ । 

   Related Posts